
ନୂଆଦିଲ୍ଲୀ : ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି ।ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା। ଏଯାଏଁ ୪୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଶହ ନିଖୋଜ ରହିଛନ୍ତି। ନିଖୋଜଙ୍କ ମଧ୍ୟରେ ୨୯୦ ଭାରତୀୟ ଅଛନ୍ତି । ଉଦ୍ଧାରରେ ଲାଗିଛନ୍ତି ନେପାଳ ସେନା ସହ ୫ ହଜାର ଫୋର୍ସ । ସେପଟେ, ନେପାଳରେ ପୁଣି ବନ୍ୟା ସତର୍କତା ଜାରି କରାଯାଇଛି । ଶହ ଶହ ନିଖୋଜ ଅଛନ୍ତି। ଯେଉଁ ଅଞ୍ଚଳରେ କିଛି ଦିନ ତଳେ ଜୀବନ ସ୍ୱାଭାବିକ ଥିଲା, ଆଜି ସେଠାରେ ଖୋଜା ଚାଲିଛି ଜୀବନର ଚିହ୍ନ।





