odisha24 Live

Latest News

Latest News

ଉତ୍ସବମୁଖର ପଶ୍ଚିମ ଓଡ଼ିଶା : ଆସନ୍ତାକାଲି ମା’ ସମଲେଇଙ୍କୁ ଲାଗି ହେବ ନୂଆଁ ଧାନର ନବାନ୍ନ

ଭୁବନେଶ୍ୱର : ଆଉ ମାତ୍ର ଦିନକର ଅପେକ୍ଷା । ଧୁମ୍‌ଧାମ୍‌ରେ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଳନ କରିବା ପାଇଁ ପଶ୍ଚିମ ଓଡ଼ିଶାର ଘରେ ଘରେ ଏବେ ଉତ୍ସାହର ମାହୋଲ । ଉତ୍ସବ ପାଇଁ ଗାଁରୁ ସହର ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପର୍ବକୁ ଆଡ଼ମ୍ବରର ସହ ପାଳିବା ପାଇଁ ଲୋକମାନେ ବଜାରରେ ବିଭିନ୍ନ ସାମଗ୍ରୀ, ନୂଆ ପୋଷାକ ଓ ପୂଜା ଉପକରଣ କିଣାକିଣିରେ ବ୍ୟସ୍ତ ରହିଛନ୍ତି । ପରମ୍ପରା ଅନୁଯାୟୀ, ମଙ୍ଗଳବାର ନିର୍ଦ୍ଧାରିତ ଶୁଭ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି କରାଯିବ । ଏହାପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରିବେ ଏବଂ ବରିଷ୍ଠଙ୍କ ଆଶୀର୍ବାଦ ନେଇ ‘ନୂଆଁଖାଇ ଜୁହାର’ ଆଦାନପ୍ରଦାନ କରିବେ ।

Share In Social Media
Scroll to Top