odisha24 Live

Latest News

Latest News

ପାର୍ବଣ ପୂର୍ବରୁ କଠୋର ନିୟମ, ରାସ୍ତାରେ ଲାଗିବନି ତୋରଣ

ଭୁବନେଶ୍ୱର : ପାଖେଇ ଆସିଲାଣି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୋଲିସର କଡା ପଦକ୍ଷେପ। ରାସ୍ତାରେ କରି ପାରିବେନି ତୋରଣ। ସର୍ବସାଧାରଣ ରାସ୍ତାକୁ ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ହେବ। ବିନା ଡିଜେରେ ହେବ ପୂଜା ଓ ଭସାଣି। ରାତି ୧୦ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକଣା ବିଷୟରେ ପୂଜା କମିଟିଙ୍କୁ କରା ଯାଇଛି ଅବଗତ। କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ଥାନାକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି।

ଆଗାମୀ ପାର୍ବଣ ବିଶେଷ କରି ଗଣେଶ ପୂଜାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ବଡ଼ ପଦକ୍ଷେପ। ସମସ୍ତ କଲ୍ଚରାଲ୍ ପ୍ରୋଗ୍ରାମକୁ ରାତି ୧୦ଟା ଭିତରେ ଶେଷ କରିବା ପାଇଁ ପୂଜା କମିଟିଗୁଡ଼ିକୁ କୁହାଯାଇଛି। ଏହା ସୁନିଶ୍ଚିତ କରିବା ପାଇଁ ପୂଜା ମଣ୍ଡପ ଯାଞ୍ଚ୍ କରିବ ସ୍ଥାନୀୟ ପୋଲିସ। ଶୋଭାଯାତ୍ରା ଓ ବିସର୍ଜନ ପ୍ରୋସେସନ୍ ସମୟରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଡିଜେ ଯୋଗୁଁ ହେଉଥିବା ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଗଣେଶ ପୂଜା ପାଇଁ ଏଥର ୩୩୦ରୁ ଅଧିକ ଆବେଦନ ହୋଇଛି। ପୂଜା ମଣ୍ଡପ ବୁଲି ତଦାରଖ କରିବେ ସବୁ ପିସିଆର୍। ପୂଜା ସମୟରେ ସହରରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ। ପିସିଆର୍‌ ଗୁଡ଼ିକ ନିୟମିତ ପାଟ୍ରୋଲିଂ କରି ତଦାରଖ କରିବେ। ପାର୍ବଣ ସମୟରେ କୌଣସି ପୂଜା କମିଟି କିମ୍ବା ଆୟୋଜକ ରାସ୍ତା ଅବରୋଧ କରି ତୋରଣ ଲଗାଇବା କିମ୍ବା ଅନୁମତି ବିନା କୌଣସି କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଲେ, ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବାକୁ ପିସିଆର୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କେହି କଟକଣାର ଉଲ୍ଲଙ୍ଘନ କରେ ତେବେ କାର୍ଯ୍ୟନୁଷ୍ଠାନ ମଧ୍ୟ ହେବ। ସେପଟେ କମିଶନରେଟ ପୋଲିସର ଏହି ଗାଇଡ ଲାଇନକୁ ସ୍ୱାଗତ କରିଛନ୍ତି ଭୁବନେଶ୍ୱର ଶାନ୍ତି କମିଟି ସଭାପତି।

Share In Social Media
Scroll to Top