
ଭୁବନେଶ୍ୱର : କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ ବ୍ରିକ୍ସ ମଞ୍ଚ ପର୍ଯ୍ୟନ୍ତ। ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍ରେ ଆଜିଠାରୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଦେଶବିଦେଶର ସାମ୍ବାଦିକ ଏବଂ ପ୍ରତିନିଧିମାନଙ୍କ ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଗୁଡି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏହି ଉପହାର ଜରିଆରେ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ଏକ ସୁନ୍ଦର ପ୍ରୟାସ କରାଯାଇଛି। ଗୁଡି ବ୍ୟାଗରେ ଓଡ଼ିଶାର ଆଦିବାସୀ ପାହାଡ଼ିଆ କଫି ରହିଛି । ଓଡ଼ିଶାର ଆଦିବାସୀ ଅଞ୍ଚଳରୁ ସଂଗୃହୀତ ୧୦୦ ପ୍ରତିଶତ ଆରାବିକା ସ୍ପେଶାଲିଟି କଫି ଏହି ହାମ୍ପରର ଶୋଭା ବଢ଼ାଉଛି । ଏହାର ସୁବାସ ଏବଂ ସ୍ବାଦ ବିଦେଶୀ ଅତିଥିମାନଙ୍କୁ ଭାରତୀୟ ସ୍ଥାନୀୟ ଉତ୍ପାଦର ଏକ ନିଆରା ଅନୁଭବ ଦେବ ।





