
ନୂଆଦିଲ୍ଲୀ : ଆଜି ୨୦ ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ସରକାରୀ ନିଯୁକ୍ତି ପାଇଥିବା ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ବଣ୍ଟାଯାଇଛି । ଦେଶବ୍ୟାପୀ ଏହି ରୋଜଗାର ମେଳା ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶାରେ ଦୁଇଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ସ୍ଥିତି ରେଭେନ୍ସା କନଭେସନ ସେଣ୍ଟରରେ ଆୟୋଜିତ ଏହି ରୋଜଗାର ମଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ ଯୋଗ ଦେଇଛନ୍ତି । ଭୁବନେଶ୍ଵର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସରକାରୀ ବିଭାଗରୁ ୧୬୧ ଜଣ ନବନିଯୁକ୍ତ ପ୍ରାର୍ଥୀ ସାମିଲ ହେବେ। ରେଳବାଇ ବିଭାଗରେ ୩୭ ଜଣ,ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ୪୧,ଡାକ ବିଭାଗରେ ୩୦,ଭୁବନେଶ୍ଵର ସିଜିଏସଟିରେ ୨୨,ଆୟକରରେ ୧୦,ଇଏସ୍ଇସି ଓଡ଼ିଶାରେ ୮ଜଣ,ଜଳଶକ୍ତି ମନ୍ତ୍ରଣାଳୟ/କେନ୍ଦ୍ରୀୟ ଭୂଜଳ ବୋର୍ଡରେ ୪ଜଣ,ଆର୍ଥିକ ସେବା ବିଭାଗରେ ୩ଜଣ,ସିଆଇଏସଏଫ୍ ୨ଜଣ,ଶିକ୍ଷା ମନ୍ତ୍ରଣାଳୟରେ ୨ଜଣ,ପ୍ରତିରକ୍ଷା ଲେଖା ବିଭାଗରେ ଜଣେ ଓ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟରେ ଜଣେ ନବନିଯୁକ୍ତ ଯୋଗ ଦେଇଛନ୍ତି ।ଏହାପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ସ୍ଥାନୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ନବ ନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।





