
ନୂଆଦିଲ୍ଲୀ : ଅକ୍ଟୋବର ଶେଷରେ ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଲୋକ। କ୍ଷୀର ଦର ବୃଦ୍ଧିକୁ ନେଇ ଆସିଛି ବଡ଼ ଖବର। କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୮ ଟଙ୍କା ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି। ନଭେମ୍ବର ୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଏହାଦ୍ୱାରା କ୍ଷୀର କିଣିବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
କର୍ଣ୍ଣାଟକ ସରକାର ଅକ୍ଟୋବର ୨୯ ତାରିଖରେ ନନ୍ଦିନୀ କ୍ଷୀରର ଦର ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ମନ୍ତ୍ରୀ କୃଷ୍ଣା ବାୟରେ ଗୌଡ଼ା ଏହି ସୂଚନା ଦେଇଛନ୍ତି। ଦର ବୃଦ୍ଧି ହେବାକୁ ଥିବା ୮ ଟଙ୍କା ମଧ୍ୟରୁ ୭ ଟଙ୍କା କ୍ଷୀର ଉତ୍ପାଦନ କରୁଥିବା ଚାଷୀଙ୍କୁ ମିଳିବ। ବାକି ୧ ଟଙ୍କା ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ଦିଆଯିବ।




