odisha24 Live

Latest News

Latest News

ଶେୟାର ମାର୍କେଟ୍‌ରେ ଜିଓର କ୍ରେଜ

ଟାଟା ଗ୍ରୁପକୁ ପଛରେ ପକାଇ କମ୍ପାନୀ ଏହି ସଫଳତା ହାସଲ କରିଛି। ରିଲାଏନ୍ସର ମାର୍କେଟ୍ କ୍ୟାପିଟାଲାଇଜେସନ ୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଯାହା ଟାଟା ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଟାଟା ଗ୍ରୁପ ଏମିତି ଏକ କମ୍ପାନୀ ଯାହାର ବ୍ୟବସାୟ ଲୁଣ ଠାରୁ ଆରମ୍ଭ କରି ସଫ୍ଟୱେୟାର ପର୍ଯ୍ୟନ୍ତ ରହିଛି। ହେଲେ ଜିଓର ଲିଷ୍ଟିଂ ପରେ ମୂଲ୍ୟବାନ ବିଜନେଶ କଙ୍ଗ୍ଲୋମୋରେଟରେ ଟାଟା ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।

ଜିଓ ପ୍ଲାଟଫର୍ମର ଲିଷ୍ଟିଂ ପୂର୍ବରୁ ରିଲାଏନ୍ସ ଗ୍ରୁପର ମୋଟ ମାର୍କେଟ୍ ଭାଲ୍ୟୁ ୧୮ ଲକ୍ଷ କୋଟି ଥିଲା। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭାଲ୍ୟୁ ୧୬ ଲକ୍ଷ କୋଟି ଓ ଜିଓ ଫାଇନାନ୍ସିଆଲ୍ ସର୍ଭିସେଜର ଭାଲ୍ୟୁ ୧ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଥିଲା। ହେଲେ ଶେୟାର ମାର୍କେଟ୍‌ରେ ଲିଷ୍ଟିଂ ପରେ ବଜାର ପୁଞ୍ଜିକରଣ(ମାର୍କେଟ କ୍ୟାପିଟାଲାଇଜେସନ) କ୍ଷେତ୍ରରେ ରିଲାଏନ୍ସ ଗ୍ରୁପ ଦେଶର ନମ୍ବର ବିଜନେଶ ଗ୍ରୁପ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ତଥ୍ୟ ଅନୁସାରେ କାରାବର ଶେଷ ହେବା ପରେ ରିଏଲାନ୍ସ ଗ୍ରୁପର କମ୍ପାନୀଗୁଡ଼ିକ ଯଥା- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଜିଓ ପ୍ଲାଟଫର୍ମ ଏବଂ ଜିଓ ଫାଇନାନ୍ସିଆଲ୍ ସର୍ଭିସେସର ମିଳିତ ମାର୍କେଟ କ୍ୟାପିଟାଲାଇଜେସନ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ରହିଥିଲା। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପିଟାଲାଇଜେସନ ୧୫,୬୭ ଲକ୍ଷ କୋଟି, ଜିଓ ପ୍ଲାଟଫର୍ମର ପାଖାପାଖି ୧୩ ଲକ୍ଷ କୋଟି ଟଙ୍କା ଓ ଜିଓ ଫାଇନାନ୍ସିଆଲ୍ ସର୍ଭିସେସର ୧.୩୫ ଲକ୍ଷ କୋଟି ଟଙ୍କା ରହିଥିଲା।

Share In Social Media
Scroll to Top