
ମୁମ୍ବାଇ : ମୁମ୍ବାଇ: ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ଆୱାର୍ଡର ୨୬ତମ ସଂସ୍କରଣର ବିଜେତାମାନଙ୍କ ଘୋଷଣା କରାଯାଇଛି। ଆୱାର୍ଡ ପେଜ୍ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଜରିଆରେ ବିଜେତାଙ୍କ ନାମ ପ୍ରକାଶ ପାଇଛି।
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏବଂ ରଣବୀର ସିଂହ ଅଭିନୀତ ସ୍ପାଇ ଆକ୍ସନ ଡ୍ରାମା ଫିଲ୍ମ ‘ଧୁରନ୍ଧର’ ଏହି ସମାରୋହରେ ଜମରଦସ୍ତ ପ୍ରଦର୍ଶନ କରି ଅନେକଗୁଡ଼ିକ ବଡ଼ ବଡ଼ ବର୍ଗରେ ପୁରସ୍କାର ହାସଲ କରିଛି। ଏହାବ୍ୟତୀତ ‘ସୈୟାରା’ ଏବଂ ‘ଛାବା’ ମଧ୍ୟ ଅନେକ ଆୱାର୍ଡ ଜିତିଛନ୍ତି। ଓଟିଟି ବର୍ଗରେ ଆର୍ଯ୍ୟନ ଖାନଙ୍କ ‘ଦି ବ୍ୟାଡ୍ସ ଅଫ୍ ବଲିଉଡ୍’ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି।





