odisha24 Live

Latest News

Latest News

ମଝି ଆକାଶରେ ଝଡ଼ର ତାଣ୍ଡବ; ଥରିଲା ବିମାନ, ଯାତ୍ରୀଙ୍କ ମଧ୍ୟରେ ଭୟ

ନୂଆଦିଲ୍ଲୀ : ଟର୍କିସ୍ ଏୟାରଲାଇନ୍ସ ବିମାନରେ ଭୟଙ୍କର ଝଟକା। ଇସ୍ତାନବୁଲ୍‌-ଟ୍ୟୁନିସିଆ ଫ୍ଲାଇଟ୍‌ରେ ଟଳିଲା ବଡ଼ ଦୁର୍ଘଟଣା। ୩ ଥର ଅସଫଳ ଅବତରଣ ହେବା ପରେ ବିମାନକୁ ଡାଇଭର୍ଟ କରାଯାଇଛି । ଖରାପ ପାଗ ଯୋଗୁଁ ବଡ଼ ଝଟକା ଲାଗିଛି । ଇସ୍ତାନବୁଲରୁ ଟ୍ୟୁନିସିଆ ଯାଉଥିବା ଏକ ଟର୍କିସ୍ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁଁ ଆକାଶରେ ପ୍ରବଳ ଝଟକାର ସାମ୍ନା କରିଛି । ତେବେ ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବିମାନଟି ଅନ୍ୟ ଏକ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଛି ।

ଖବର ମୁତାବକ, ବିମାନଟି ଇସ୍ତାନବୁଲରୁ ଟ୍ୟୁନିସିଆ ଅଭିମୁଖେ ଉଡ଼ାଣ ଭରିଥିବା ଟିକେ ୬୬୧ ଟ୍ୟୁନିସିଆର ଟ୍ୟୁନିସ୍-କାର୍ଥେଜ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ସମୟରେ ବିମାନଟି ପ୍ରବଳ ଝଡ଼ର ସାମ୍ନା କରିଥିଲା । ଖରାପ ପାଗ ଯୋଗୁଁ ପାଇଲଟ୍ ମାନେ ତିନି ଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରତ୍ୟେକ ଥର ଚେଷ୍ଟା କରିବା ବେଳେ ବିମାନରେ ଅଧିକ ଝଟକା ଅନୁଭୂତ ହୋଇଥିଲା । ବିମାନ ଭିତରେ ଥିବା ଯାତ୍ରୀମାନେ ଭୟରେ ଚିତ୍କାର କରୁଥିବାର ଭିଡିଓ ଭାଇରଲ ହେଉଛି । ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ ।

ବିପଦକୁ ଦେଖି ପାଇଲଟ୍ ବିମାନର ଗତିପଥ ବଦଳାଇ ଦେଇଥିଲେ । ୬୦ ମାଇଲ୍ ଦୂରରେ ଥିବା ଏନଫିଧା-ହାମାମେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା ।

Share In Social Media
Scroll to Top