odisha24 Live

Latest News

Latest News

ମନୋରଞ୍ଜନ

ମନୋରଞ୍ଜନ

ପତ୍ନୀଙ୍କଠାରୁ ଅଲଗା ହେଲେ ବାଦ୍‌ଶାହା

ମୁମ୍ବାଇ : ବଲିଉଡର ଲୋକପ୍ରିୟ ର‍୍ୟାପର ଓ ମ୍ୟୁଜିକ୍ କମ୍ପୋଜର ବାଦଶାହାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ବିବାହର କିଛି ମାସ ନପୂରୁଣୁ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ-ମଡେଲ୍ ଇଷା ରଖିଙ୍କଠାରୁ ଅଲଗା ହୋଇଛନ୍ତି ବାଦଶାହା। ଗତ କିଛି ସପ୍ତାହ ଧରି ଉଭୟଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହି ଚର୍ଚ୍ଚାରେ ଲାଗିଛି ବିରାମ। ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତି ଜରିଆରେ ବାଦଶାହା ଓ ଇଷା ନିଜ […]

ମନୋରଞ୍ଜନ

ପୁରୁଣା ଅନ୍ଦାଜରେ ଫେରିବେ ସନ୍ନି

ମୁମ୍ବାଇ : ବଲିଉଡରେ ପୁଣି ଦେଖିବାକୁ ମିଳିବ ଆକ୍ସନ୍ ଷ୍ଟାର ସନ୍ନି ଦେଓଲଙ୍କ ୩୦ ବର୍ଷ ପୁରୁଣା ଏକ ଦମଦାର ଚରିତ୍ର । ଚର୍ଚ୍ଚିତ ସିନେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ସନି । ତେବେ ସନି ଦେଓଲ୍ ଏବଂ ରାଜକୁମାର ସନ୍ତୋଷୀଙ୍କ ଯୋଡ଼ି ବଲିଉଡର ଅନ୍ୟତମ ସଫଳ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଭାବେ ପରିଚିତ। ଏହି ଦୁଇଜଣ ପୂର୍ବରୁ ‘ଘାୟଲ୍’, ‘ଦାମିନୀ’ ଏବଂ ‘ଘାତକ’ ଭଳି ଚର୍ଚ୍ଚିତ ଫିଲ୍ମରେ ଏକାଠି କାମ କରିଛନ୍ତି।

ମନୋରଞ୍ଜନ

ତାପସୀଙ୍କ ସପ୍ନ

ଚେନ୍ନାଇ : ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ଯିଏ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ବେଶ ନାମ କରିଛନ୍ତି । ଆଜିକାଲି ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଗାନ୍ଧାରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ କ୍ୟାରିଅରରେ ସେ ଅନେକ ମହିଳା-କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଗାନ୍ଧାରୀ’ ଜଣେ ମାଆଙ୍କ ସଂଘର୍ଷ ଉପରେ କେନ୍ଦ୍ରିତ।ତାପସୀ କୁହନ୍ତି, ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମସ୍ତେ ନିଜ ଆରାମଦାୟକ କ୍ଷେତ୍ରକୁ ଫେରି ଯାଉଛନ୍ତି ଏବଂ

ମନୋରଞ୍ଜନ

ବନ୍ୟା ବିପନ୍ନଙ୍କ ସାରଥି ସୋନୁ: ନେପାଳକୁ ପଠାଇଲେ ସହାୟତା

ମୁମ୍ବାଇ : ନେପାଳରେ ଭୟାବହ ବନ୍ୟା ପରିସ୍ଥିତି ଭୟଙ୍କର କ୍ଷୟକ୍ଷତି ଘଟାଇଛି। ଏହି ପ୍ରଳୟଙ୍କରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ଶହ ଶହ ଲୋକ ନିଖୋଜ ଅଛନ୍ତି । ଏଥିସହ ୧୫ଟି ହେଲିକପ୍ଟର ସାହାଯ୍ୟରେ ନେପାଳ ସେ ସେନା ଦ୍ବାରା ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି ଏବଂ ୨୫୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଏହାରି ମଧ୍ୟରେ ବଲିଉଡର

ମନୋରଞ୍ଜନ

ପ୍ରସିଦ୍ଧ ନିର୍ଦ୍ଦେଶକ କୁକୁ କୋହଲିଙ୍କ ନିଧନ

ମୁମ୍ବାଇ : ଲୋକପ୍ରିୟ ଫିଲ୍ମମେକର କୁକୁ କୋହଲିଙ୍କ ପରଲୋକ । କୁକୁ କୋହଲିଙ୍କୁ ଦୁଇଦିନ ତଳେ ହାର୍ଟ ଆଟାକ୍ ଆସିବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ତୁରନ୍ତ ଖରାପ ହୋଇଥିଲା । ଡାକ୍ତର ଚିକିତ୍ସା କିବା ସମୟରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ କୁକୁ କୋହଲି । କୁକୁ କୋହଲି ୧୯୯୧ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ ଫୁଲ୍ ଔର୍ କାଣ୍ଟେର ନିର୍ଦ୍ଦେଶନା

ମନୋରଞ୍ଜନ

କ୍ରିତିଙ୍କୁ ନେଇ ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ : ବଲିଉଡ୍‌ରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ ନିଜ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଛନ୍ତି। କିଛି ଲୋକଙ୍କୁ ଏହି ଅନ୍ଦାଜ ପସନ୍ଦ ଆସିଥିବା ବେଳେ

ଅପରାଧ, ମନୋରଞ୍ଜନ

ଗିରଫ ହେବେ କଣ୍ଠଶିଳ୍ପୀ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତଳକୋର୍ଟରେ ସୌରିନଙ୍କୁ ହାଜର କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟ ୨୦୨୩ ମସିହା

ମନୋରଞ୍ଜନ

କାଲି ବେଶରେ ଅକ୍ଷୟ

ମୁମ୍ବାଇ : ବଲିଉଡର ଅଭିନେତା ଅକ୍ଷୟ ଖନ୍ନାଙ୍କ ନୂଆ ଲୁକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପୌରାଣିକ କଥା ଓ ପୁରାଣ ଅନୁସାରେ, ଶୁକ୍ରାଚାର୍ଯ୍ୟ ଅସୁରମାନଙ୍କ ଗୁରୁ ଥିଲେ। ତାଙ୍କୁ ଜଣେ ଅତ୍ୟନ୍ତ ବିଦ୍ୱାନ ଓ ଜ୍ଞାନୀ ବ୍ୟକ୍ତି ଭାବେ ମଧ୍ୟ ମନେ କରାଯାଏ । ଟିଜରର ଆରମ୍ଭ ଏକ ଶିଶୁର କାନ୍ଦିବା ଦୃଶ୍ୟରୁ ହୋଇଛି । ଏହାପରେ ଅକ୍ଷୟ

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଖୋଲାଖୋଲି ନିଜର ମତ ପ୍ରକାଶ କରନ୍ତି ଯାହା ଫଳରେ ଟ୍ରୋଲର ଶିକାର ହୋଇଥାନ୍ତି।ଏବେ ସେ କରିସ୍ମା କପୁରଙ୍କ ବିଷୟରେ ଏମିତି କିଛି କହିଛନ୍ତି, ଯାହାକୁ କେହି ପ୍ରଥମେ ବିଶ୍ୱାସ କରିବେ ନାହିଁ। କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ହଳଦିଆ

ମନୋରଞ୍ଜନ

ବିବାଦରେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ବିବାଦରେ ଛନ୍ଦି ହୋଇଛନ୍ତି । ଆଗାମୀ ଫିଲ୍ମ ‘ସ୍ପିରିଟ୍‌’ରୁ ବାଦ ପଡ଼ିବା ଘଟଣାକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା ଅଭିଯୋଗ କରିଛନ୍ତି ଯେ, ଦୀପିକାଙ୍କୁ ପ୍ରୋଜେକ୍ଟରୁ ବାଦ ଦିଆଯାଇଛି କାରଣ ସେ ଲାଭର ୧୦% ଅଂଶ ଦାବି କରିଥିଲେ। ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଫଳରେ ସେ ଫିଲ୍ମ ସହିତ ଜଡିତ ବ୍ୟକ୍ତିଗତ ସୂଚନା ଲିକ

Scroll to Top