odisha24 Live

Latest News

Latest News

ଆସୁଛି ବଡ଼ ବିପଦ ! ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ

ଭୁବନେଶ୍ୱର : ଅଶାନ୍ତ ହେଲାଣି ଉତ୍ତର ଆଣ୍ଡାମାନ ସାଗର। ପୁଣି ଆସୁଛି ବଡ଼ ଲଘୁଚାପ।
ଉତ୍ତର ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗର ଏବଂ ଲାଗି ରହିଥିବା ମିଆଁମାର ଉପକୂଳରେ ଏକ ଅବପାତ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ସମୁଦ୍ର ମଧ୍ୟରେ ସକ୍ରିୟ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଏବେ ଅବପାତର ରୂପ ନେଇଛି। ଜାତୀୟ ପାଣିପାଗ ବିଜ୍ଞାନୀମାନେ ଏହି ପ୍ରକ୍ରିୟା ଉପରେ ଲଗାତାର ନଜର ରଖିଛନ୍ତି ।

ସୂଚନା ମୁତାବକ, ଏହି ସ୍ପଷ୍ଟ ଲଘୁଚାପଟି କ୍ରମାଗତ ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ସମୁଦ୍ର ଭିତରେ ତାପମାତ୍ରା ଓ ପବନର ଗତି ଅନୁକୂଳ ଥିବାରୁ ଏହା ଦ୍ରୁତ ଗତିରେ ଘନୀଭୂତ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ସମୟ ମଧ୍ୟରେ ଅବପାତଟି ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି । ଗଭୀର ଅବପାତରେ ପରିଣତ ହେବା ପରେ ଏହାର ପ୍ରକୃତ ଗତିପଥ ଏବଂ ତୀବ୍ରତା ନେଇ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Share In Social Media
Scroll to Top