odisha24 Live

Latest News

Latest News

ଆଇଫୋନ ୟୁଜରଙ୍କ ପାଇଁ ଲଞ୍ଚ ହେଲା ଆପଲ ପେ

ମୁମ୍ବାଇ : ଭାରତରେ ସ୍ମାର୍ଟଫୋନ ବିକ୍ରିରେ ବଡ଼ ଧରଣର ହ୍ରାସ ହୋଇଛି ବୋଲି ନିକଟରେ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। ବଡ଼ ବଡ଼ ପୂଜା ସେଲ୍ ଗୁଡିକରେ ମଧ୍ୟ ମୋବାଇଲ ଫୋନ୍ ବିକ୍ରି ହୋଇ ନଥିଲା ବୋଲି ବିଭିନ୍ନ ମିଡିଆ ରିପୋର୍ଟ କରିଥିଲେ। ଏମିତିକି ରିପୋର୍ଟରେ, ଆପଲ ପ୍ରତି ଭାରତୀୟଙ୍କ ମୋହଭଙ୍ଗ ହୋଇଛି ବୋଲି ମଧ୍ୟ କୁହାଯାଇଥିଲା।

ହେଲେ ଆପଲ ସିଇଓ ଜନ ଟର୍ନ୍ସ ଅର୍ଣ୍ଣିଂଙ୍ଗ୍ସ କଲରେ ଯାହା ସୂଚନା ଦେଇଛନ୍ତି ତାହା ମିଡିଆ ରିପୋର୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ କହିଛନ୍ତି ଯେ ବିଶ୍ୱ ସ୍ତରରେ ସ୍ମାର୍ଟଫୋନ ମାର୍କେଟ୍‌ରେ ମନ୍ଥରତା ଓ ସପ୍ଲାଏରେ ବାଧା ସତ୍ତ୍ୱେ ସେପ୍ଟେମ୍ବର ତ୍ରୈମାସିକରେ ଆପଲ ଭାରତରୁ ହିଁ ସର୍ବାଧିକ ରେଭିନ୍ୟୁ ହାସଲ କରିଛି। ତେବେ କମ୍ପାନୀ କେତେ ରେଭିନ୍ୟୁ ପାଇଛି ସେ ନେଇ କିନ୍ତୁ ଜନ କୌଣସି ଖୁଲାସା କରି ନାହାନ୍ତି।
ତେବେ ବିଶ୍ୱ ସ୍ତରରେ କମ୍ପାନୀର ରାଜସ୍ୱ ୧୧୪.୫ ଅରବ ଡଲାର( ୧୦.୮୦ ଲକ୍ଷ କୋଟି ଟଙ୍କା)କୁ ବୃଦ୍ଧି ପାଇଛି। ଏହା ଗତ ବର୍ଷର ସମାନ ତ୍ରୈମାସିକରେ ୧୦୨.୫ ବିଲିୟନ ଡଲାର ଅପେକ୍ଷା ୧୨% ବୃଦ୍ଧି ପାଇଛି। ସେହିପରି ସମ୍ପୂର୍ଣ୍ଣ ଗୋଟିଏ ବର୍ଷରେ ଆପଲ୍ ୪୭୯ ଅରବ କିମ୍ବା ପ୍ରାୟ ₹୪୫ ଲକ୍ଷ କୋଟିର ରେକର୍ଡ ରାଜସ୍ୱ ହାସଲ କରିଛି। ଯାହା ଗତ ବର୍ଷ ୪୧୬ ଅରବ ଡଲାର ଥିଲା।
ଆଇଫୋନ ଓ ମ୍ୟାକ୍ବୁକର ଭଲ ବିଜନେଶ ପରେ ଭାରତରେ ଆପଲ ପେ ଲଞ୍ଚ କରିଛି କମ୍ପାନୀ। ସିଇଓ ଜନ ଟର୍ନ୍ସ କହିଛନ୍ତି କମ୍ପାନୀ ଏକ୍ସିସ ବ୍ୟାଙ୍କ ସହ ମିଶି ଭାରତରେ ଆପଲ ପେ ଲଞ୍ଚ କରିଛି। ଏହା ମାଧ୍ୟମରେ ଏବେ ଭାରତୀୟ ଆଇଫୋନ ଯୁଜର୍ସ ଅଧିକ ସୁରକ୍ଷିତ ଓ ଦ୍ରୁତ ଡିଜିଟାଲ ପେମେଣ୍ଟ କରିପାରିବେ ବୋଲି ସିଇଓ କହିଛନ୍ତି।

Share In Social Media
Scroll to Top