odisha24 Live

Latest News

Latest News

ଆଜିର ରାଶିଫଳ

ମେଷ : ପରିବାର ଭିତରେ କେତେକ ପୁରୁଣା ସମସ୍ୟା ବିଷୟରେ ଆଲୋଚନା କରିବେ। କର୍ମାଧିପ ବ୍ୟୟସ୍ଥ ଯୋଗୁ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। କୌଣସି କାମ ସକାଶେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ସ୍ଥିତି, ପାରିବାରିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
ବୃଷ : କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଗୁରୁମଙ୍ଗଳ ଯୋଗରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ଏଜେନ୍ସିପରୁ ଖୁସି ରହିବେ। ଅଫିସ କାମରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି।
ମିଥୁନ : ଅଷ୍ଟମ ଚନ୍ଦ୍ର ହେତୁ ଦୁର୍ଭାବନା ବଢି ଚାଲିବା କାରଣରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ଖରିଦ କରିପାରନ୍ତି। ରାହୁଦୃଷ୍ଟ ବୁଧଙ୍କ ଯୋଗୁ ସ୍ବାସ୍ଥ୍ୟହାନିଜନିତ ସମସ୍ୟା ଲାଗିରହିବ। କର୍ମକ୍ଷେତ୍ରରେ ନିଜର ଇଚ୍ଛା ଅନୁଯାୟୀ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
କର୍କଟ : ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବନ୍ଧୁଙ୍କ ସହାନୁଭୂତି ଲାଭ କରିବା ସହ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ସାଧାରଣ କଥାରେ କ୍ଷୁବ୍ଧ ହୋଇ ପଡ଼ୋଶୀ ମୁହଁ ଫେରାଇ ନେଇପାରନ୍ତି। ଶୁକ୍ରଙ୍କ ପ୍ରଭାବରୁ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ଲୋକସମ୍ପର୍କ ବୃଦ୍ଧି ପାଇବ।
ସି˚ହ : ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ସାଧାରଣ କଥାକୁ କେନ୍ଦ୍ର କରି ଭୁଲ୍‌ ବୁଝାମଣାଜନିତ ପାରିବାରିକ ମତଭେଦ ଘଟିବ। ବନ୍ଧୁ ଓ ପରିଜନଙ୍କ ପ୍ରୋତ୍ସାହନରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଅନିଦ୍ରାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ହେତୁ ସମସ୍ୟା ବଢ଼ିପାରେ।
କନ୍ୟା : ରବି ଓ ବୁଧଙ୍କ ସଂଯୋଗରୁ ଦେହ ଭଲ ରହିଲେ ମଧ୍ୟ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ବହୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ଅଫିସରେ ସହକର୍ମୀମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବେ। ଆତ୍ମୀୟସ୍ବଜନଙ୍କ ସହ ସୁସମ୍ପର୍କ ଅଭାବରୁ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ।
ତୁଳା : କର୍ମାଧିପତି ଚନ୍ଦ୍ରଙ୍କ ଯୋଗୁ ଆଜି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ଶୁକ୍ର ନୀଚସ୍ଥ ହେତୁ କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାସର୍ଯ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ।
ବିଛା : ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ସମସ୍ୟା ଆସିଯାଇପାରେ। ରାହୁଦୃଷ୍ଟ ମଙ୍ଗଳ ହେତୁ ଅସାମାଜିକ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଧାର ସୂତ୍ରରେ ଅର୍ଥ ଆଣିବେ ଓ ଏଥିପାଇଁ ବହୁତ ଫନ୍ଦି ଫିକର କରିବାକୁ ପଡିବ। ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ।
ଧନୁ : ପାପଗ୍ରହ ଯୁକ୍ତ ଗୁରୁଙ୍କ ଯୋଗୁ କୌଣସି କଥା ନ ବୁଝି ପ୍ରତ୍ୟେକ କଥାରେ ହଁ ଭରିବା ସମସ୍ୟାର କାରଣ ହୋଇପାରେ। ଚନ୍ଦ୍ରଙ୍କ ତୃତୀୟ ସ୍ଥାନ ସଂସ୍ଥିତି କାରଣରୁ ଆକସ୍ମିକ ଭାବେ ଘରକୁ ବନ୍ଧୁ କେହି ଆସିପାରନ୍ତି। ବୁଧଙ୍କ ପ୍ରଭାବରୁ ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଏକ ପ୍ରକାର ରହିବ।
ମକର : ମୁଖଭାବସ୍ଥ ରାହୁଙ୍କ ଯୋଗୁ ସାଧାରଣ କଥାରେ କଳହର ସୂଚନା ରହିଛି। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ସପ୍ତମାଧିପତିଙ୍କ ଶୁଭତ୍ୱରୁ ପରିବହନ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ମାନ୍ଦା ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ କିମ୍ବା ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
କୁମ୍ଭ: ଗୁରୁଦୃଷ୍ଟିରୁ ନିକଟ ଭବିଷ୍ୟତରେ ଆପଣଙ୍କ ଆଶା ଓ ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି। ସପ୍ତମାଧିପତିଙ୍କ କାରଣରୁ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଅର୍ଥ ସମସ୍ୟା ପ୍ରଗତିର ପଥରୋଧ କରିବା ଭଳି ପରିସ୍ଥିତି ସୃଷ୍ଟି କରିବ।
ମୀନ : ଶନିଙ୍କ ପ୍ରଭାବରେ କୌଣସି ଅସୁବିଧା ନ ଥିଲେ ମଧ୍ୟ କେତେକ ଅପୂରଣୀୟ ଆଶା ମନକୁ ବ୍ୟତିବ୍ୟସ୍ତ କରିପାରେ। ପରୋକ୍ଷ ଶତ୍ରୁତା କାରଣରୁ ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ରହିଛି। ପାରସ୍ପରିକ ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନଚର୍ଯ୍ୟା ପ୍ରାୟତଃ ଠିକ୍‌ ରହିବ।

Share In Social Media
Scroll to Top