odisha24 Live

Latest News

Latest News

ଓସ୍କାର ଦୌଡ଼ରେ ‘ରାମାୟଣ’

ମୁମ୍ଵାଇ : ବକ୍ସ ଅଫିସରେ ଇତିହାସ ରଚିଛି ‘ରାମାୟଣ ପାର୍ଟ ୧’। ଓସ୍କାର ଦୌଡ଼ରେ ସାମିଲ ହୋଇଛି ବଲିଉଡ୍‌ର ବହୁ ପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ ‘ରାମାୟଣ: ପାର୍ଟ-୧’। ରଣବୀର କପୁର, ୟଶ ଏବଂ ସାଇ ପଲ୍ଲବୀଙ୍କ ଅଭିନୀତ ଏହି ଫିଲ୍ମକୁ ଓସ୍କାର ଆୱାର୍ଡ ପାଇଁ ବିଚାର ନିମନ୍ତେ ପଠାଇଛନ୍ତି ନିର୍ମାତା।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି। ତେବେ ଏହା ଜାଣିବା ଜରୁରୀ ଯେ, ଓସ୍କାର ଦୌଡ଼ରେ ସାମିଲ ହେବା ଏବଂ ଓସ୍କାର ଜିତିବା ଦୁଇଟି ଭିନ୍ନ କଥା। ଫିଲ୍ମଟି ପୁରସ୍କାର ଜିତିବ କି ନାହିଁ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ।

ଅନ୍ୟପଟେ, ୯୯ତମ ଓସ୍କାର ଆୱାର୍ଡ ପାଇଁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଚୟନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ଭାରତ ପକ୍ଷରୁ ଗୋଟିଏ ଫିଲ୍ମକୁ ଅଫିସିଆଲ୍ ଏଣ୍ଟ୍ରି ଭାବେ ପଠାଯାଇଛି, ସେତେବେଳେ ‘ରାମାୟଣ’ କିପରି ଓସ୍କାର ଦୌଡ଼ରେ ସାମିଲ ହେଲା?
ଏହାର ଉତ୍ତର ହେଉଛି, ଓସ୍କାରରେ ଭାଗ ନେବା ପାଇଁ କେବଳ ଦେଶର ଅଫିସିଆଲ୍ ଏଣ୍ଟ୍ରି ହିଁ ଏକମାତ୍ର ରାସ୍ତା ନୁହେଁ। ଏକାଡେମୀ ପକ୍ଷରୁ ଧାର୍ଯ୍ୟ ନିୟମ ଓ ଯୋଗ୍ୟତା ପୂରଣ କରୁଥିବା ଅନ୍ୟ ଫିଲ୍ମ ମଧ୍ୟ ସ୍ୱତନ୍ତ୍ର ଭାବେ ଓସ୍କାର ପାଇଁ ବିଚାରକୁ ଯାଇପାରିବ।

ଏହାର ପୂର୍ବ ଉଦାହରଣ ହେଉଛି ଏସ୍‌.ଏସ୍‌. ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏହି ଫିଲ୍ମକୁ ମଧ୍ୟ ନିର୍ମାତାମାନେ ସ୍ୱତନ୍ତ୍ର ଭାବେ ଓସ୍କାର ଦୌଡ଼ରେ ସାମିଲ କରିଥିଲେ। ଏହାର ‘ନାଟୁ ନାଟୁ’ ଗୀତ ୨୦୨୩ ମସିହାରେ ୯୫ତମ ଓସ୍କାରରେ ବେଷ୍ଟ ଅରିଜିନାଲ୍ ସଙ୍ଗ୍ ବର୍ଗରେ ପୁରସ୍କାର ଜିତି ଇତିହାସ ରଚିଥିଲା।
ଏବେ ସମସ୍ତଙ୍କ ନଜର ରଣବୀର କପୁରଙ୍କ ‘ରାମାୟଣ’ ଉପରେ। ଭାରତୀୟ ପୌରାଣିକ କାହାଣୀକୁ ନେଇ ନିର୍ମିତ ଏହି ବିଗ୍ ବଜେଟ୍ ଫିଲ୍ମ ଓସ୍କାରରେ କେତେ ଦୂର ଆଗକୁ ଯାଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

Share In Social Media
Scroll to Top