odisha24 Live

Latest News

Latest News

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ

ମୋହାଲି, : ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା ଅରବିନ୍ଦ କେଜ୍‌ରିୱାଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା ଧମକ ସହ ୭ କୋଟି ଟଙ୍କା ଦାବି କରାଯାଇଥିବା ନେଇ ତାଙ୍କୁ ଏକ ମେସେଜ ଆସିଥିବା ବିଧାୟକ ଅଭିଯୋଗ କରିଛନ୍ତି।

ବିଧାୟକ ମୋହାଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ଆଇଟି ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ମୋହାଲି ଏସ୍‌ଏସ୍‌ପିଙ୍କୁ ଦେଇଥିବା ଅଭିଯୋଗରେ ତିଲକ ନଗର ବିଧାୟକ ସିଂହ ଦାବି କରିଛନ୍ତି ଯେ, ଗତ ନଭେମ୍ବର ୬ରେ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ଫୋନକୁ କଲ କରିବା ସହ ଏକ ହ୍ବାଟ୍‌ସଆପ ମେସେଜ ପଠାଇଥିଲେ। ଆପ୍‌ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ ଫୋନ କରିଥିବା ଅଭିଯୁକ୍ତ କେଜ୍ରିୱାଲଙ୍କୁ ୭ କୋଟି ଟଙ୍କା ଦାବି କରିଥିଲା ଏବଂ ଟଙ୍କା ନ ଦେଲେ ତାଙ୍କୁ ଓ ତାଙ୍କ ଝିଅଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

Share In Social Media
Scroll to Top