odisha24 Live

Latest News

Latest News

ଦୀପାବଳି ପରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ

ନୂଆଦିଲ୍ଲୀ: ଦୀପାବଳି ପରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ । ବାଣ ଧୂଆଁରେ ବିଗିଡ଼ିଲା ବାୟୁର ମାନ । ଅନେକ ଅଞ୍ଚଳରେ AQI ୪୦୦ ପାର୍ ହୋଇଛି । ପୂର୍ବରୁ ପ୍ରଦୂଷଣ ସମସ୍ୟା ସହ ସଂଘର୍ଷ କରୁଥିବା ଦିଲ୍ଲୀରେ ଦୀପାବଳି ପରଦିନ ସ୍ଥିତି ଅଧିକ ସଙ୍ଗୀନ ହୋଇଛି। ସହରର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୦୦ ଅତିକ୍ରମ କରିଛି । ଫଳରେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି ।

ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀର ହାରାହାରି AQI ୩୭୬ ରେକର୍ଡ କରାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା CPCBର ସମୀର ଆପ୍ ଅନୁସାରେ ଏହା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରହିଛି। ତେବେ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ‘ଗୁରୁତର’ ଶ୍ରେଣୀରେ ପହଞ୍ଚିଛି। ସୋନିଆ ବିହାରରେ ସର୍ବାଧିକ AQI ୪୪୯ ରେକର୍ଡ ହୋଇଥିବା ବେଳେ ବୁରାରୀ କ୍ରସିଂରେ ୪୪୫ ଏବଂ ବିବେକ ବିହାରରେ ୪୪୧ ରହିଛି। ସେହିପରି ଜାହାଙ୍ଗୀରପୁରୀରେ ୪୩୯, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ୪୩୭ ଏବଂ ରୋହିଣୀରେ ୪୩୫ ରେକର୍ଡ କରାଯାଇଛି। ଡିଟିୟୁରେ AQI ୪୩୧, ବାୱାନାରେ ୪୨୪, ଚାନ୍ଦିନୀ ଚୌକ ଓ ପଟପଡ଼ଗଞ୍ଜରେ ୪୧୮ ଲେଖାଏଁ ରହିଛି। ଆଇଟିଓ, ପଞ୍ଜାବୀ ବାଗ୍ ଏବଂ ମୁଣ୍ଡକା ଭଳି ଅଞ୍ଚଳରେ ମଧ୍ୟ ବାୟୁର ମାନ ଅତ୍ୟନ୍ତ ଚିନ୍ତାଜନକ ରହିଛି । ଦୀପାବଳି ପୂର୍ବରୁ ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଚ୍ଚ ରହିଥିଲା । ଶନିବାର ହାରାହାରି AQI ୩୬୯ ଥିବା ବେଳେ ରବିବାର ଏହା ୩୭୬ରେ ପହଞ୍ଚିଥିଲା । ଏହା ମଧ୍ୟରେ ଦୀପାବଳିର ବାଣ ଧୂଆଁ ପ୍ରଦୂଷଣ ସମସ୍ୟାକୁ ଆହୁରି ବଢ଼ାଇଛି।ବିଶେଷଜ୍ଞଙ୍କ ମତରେ ଏଭଳି ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟି କରିପାରେ । ବିଶେଷକରି ଶିଶୁ, ବୟସ୍କ ଏବଂ ଆଜ୍ ମା ରୋଗୀଙ୍କ ପାଇଁ ଏହା ଅଧିକ ବିପଦଜନକ। ଦୀପାବଳିର ଉତ୍ସବ ଶେଷ ହୋଇଥିଲେ ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ଏବେ ବଡ଼ ସମସ୍ୟା ପାଲଟିଛି ବାୟୁ ପ୍ରଦୂଷଣ ।

Share In Social Media
Scroll to Top