odisha24 Live

Latest News

Latest News

ବାରମ୍ବାର ଫାଟୁଛିକି ଗୋଇଠି? ଲଗାନ୍ତୁ ଏହି ଘରୋଇ ମିଶ୍ରଣ

ଗୋଇଠି ଫାଟିବା ବା କ୍ରାକ୍ଡ ହିଲ୍ସ (Cracked Heels) ଏକ ସାଧାରଣ ସମସ୍ୟା, ଯାହା ଶରୀରରେ ପୋଷକ ତତ୍ତ୍ୱର ଅଭାବ, ଶୁଷ୍କ ତ୍ୱଚା କିମ୍ବା ଠିକ୍ ଭାବେ ପାଦର ଯତ୍ନ ନେଉ ନଥିବା ଯୋଗୁଁ ହୋଇଥାଏ । ଯଦି ଆପଣଙ୍କର ଗୋଇଠି ବାରମ୍ବାର ଫାଟୁଛି, ତେବେ ଘରେ ଉପଲବ୍ଧ କିଛି ସହଜ ଜିନିଷ ବ୍ୟବହାର କରି ଆପଣ ଏଥିରୁ ମୁକ୍ତି ପାଇପାରିବେ ।
ଗୋଇଠି ଫାଟିବା ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ପ୍ରଭାବଶାଳୀ ଘରୋଇ ଉପଚାର:

  • ଉଷୁମ ପାଣି ଓ ଫୁଟ୍‌ ଫାଇଲ୍‌: ପ୍ରଥମେ ପାଦକୁ କିଛି ସମୟ ଉଷୁମ ପାଣିରେ ବୁଡ଼ାଇ ରଖନ୍ତୁ । ଏହାପରେ ଏକ ଫୁଟ୍‌ ଫାଇଲ୍‌ (Foot File) ବ୍ୟବହାର କରି ଗୋଇଠିର ଶୁଷ୍କ ଓ ମୃତ ତ୍ୱଚାକୁ ଧୀରେ ଧୀରେ ସଫା କରନ୍ତୁ । ମନେରଖନ୍ତୁ, ଅଧିକ ଜୋରରେ ଘଷିବେ ନାହିଁ ।
  • ଗ୍ଲିସେରିନ୍ ଏବଂ ଗୋଲାପ ଜଳ: ଗ୍ଲିସେରିନ୍ ଏବଂ ଗୋଲାପ ଜଳର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ଲଗାଇ ମୋଜା ପିନ୍ଧି ଶୁଅନ୍ତୁ । ଏହା ତ୍ୱଚାକୁ ନରମ ରଖେ ।
  • ନଡ଼ିଆ ତେଲ କିମ୍ବା ମହୁ: ନଡ଼ିଆ ତେଲରେ ପ୍ରାକୃତିକ ମେଶ୍ଚରାଇଜର୍ ଥାଏ । ପାଦ ସଫା କରିବା ପରେ ଗୋଇଠିରେ ଘିଅ କିମ୍ବା ନଡ଼ିଆ ତେଲ ମାଲିସ କରନ୍ତୁ । ସେହିପରି ମହୁ ମଧ୍ୟ ପାଦ ଫାଟିବା ସ୍ଥାନକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ ।
  • ପ୍ରଚୁର ପାଣି ପିଅନ୍ତୁ: ଅନେକ ସମୟରେ ଶରୀରରେ ଜଳୀୟ ଅଂଶ କମିଗଲେ ତ୍ୱଚା ଶୁଷ୍କ ହୋଇ ଗୋଇଠି ଫାଟିଥାଏ । ତେଣୁ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।
Share In Social Media
Scroll to Top