
ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି। ଭଗବାନ ଶିବଙ୍କ ବିଷୟରେ ଅନେକ ପୌରାଣିକ କାହାଣୀ ଅଛି। ଆପଣ ଭଗବାନ ଶିବଙ୍କୁ ରୁଦ୍ରକ୍ଷର ମାଳା ପିନ୍ଧିଥିବାର ନିଶ୍ଚୟ ଦେଖିଥିବେ। ଭଗବାନ ଶିବଙ୍କ ସହ ଏହା ଜଡିତ ଥିବାରୁ ଏହାକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ ।ରୁଦ୍ରାକ୍ଷ ପରିଧାନ କରିବା ଦ୍ୱାରା ଜୀବନରୁ ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଯାଇଥାଏ ।‘ରୁଦ୍ରାକ୍ଷ’ ଦୁଇଟି ଶବ୍ଦରୁ ଉତ୍ପତ୍ତି ।‘ରୁଦ୍ର’ ଅର୍ଥାତ୍ ଭଗବାନ ଶିବ ଏବଂ ‘ଅକ୍ଷ’ ଅର୍ଥାତ୍ ଆଖି । ଅର୍ଥାତ୍, ରୁଦ୍ରାକ୍ଷକୁ ‘ଶିବଙ୍କ ଆଖି’ ବା ‘ଶିବଙ୍କ ଲୁହ’ ସହିତ ତୁଳନା କରାଯାଏ । ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଏକ ପବିତ୍ର ମାଳା ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ରୁଦ୍ରାକ୍ଷର ଉତ୍ପତ୍ତି କିପରି ହୋଇଥିଲା?
ରୁଦ୍ରାକ୍ଷ ଉତ୍ପତିର ପୌରାଣିକ କଥା:
ଦେବୀ ଭଗବତ ପୁରାଣଙ୍କ ଅନୁଯାୟୀ, ତ୍ରିପୁରାସୁର ନାମକ ଏକ ଅଶୁର ତାର ଶକ୍ତି ପାଇଁ ସେ ବହୁତ ଗର୍ବିତ ଥିଲା, ଯେଉଁଥିପାଇଁ ସେ ଦେବତାମାନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଥିଲେ। ତ୍ରିପୁରାସରକୁ କୌଣସି ଦେବତା କିମ୍ବା ମୁନି ଋଷି ମଧ୍ୟ ହରାଇ ପାରିଲେ ପାହିଁ । ଏହି ଚିନ୍ତାରେ ଭଗବାନ ବ୍ରହ୍ମା, ବିଷ୍ଣୁ,ଏବଂ ଅନ୍ୟ ଦେବତା ମାନେ ତ୍ରିପୁରାସୁରାର ଆତଙ୍କ ଦୂର କରିବା ପାଇଁ ଭଗବାନ ଶିବଙ୍କ ନିକଟକୁ ପ୍ରାର୍ଥନା କରିବାକୁ ଯାଇଥିଲେ।
ଯେତେବେଳେ ମହାଦେବ ଦେବତାମାନଙ୍କର ଏହି ଅନୁରୋଧ ଶୁଣିଲେ, ସେତେବେଳେ ସେ ଯୋଗ ଅବସ୍ଥାରେ ତାଙ୍କର ଆଖି ବନ୍ଦ କରିଦେଇଥିଲେ । କିଛି ସମୟ ପରେ, ଯେତେବେଳେ ଭଗବାନ ଶିବ ଆଖି ଖୋଲିଲେ, ସେହି ସମୟରେ ପୃଥିବୀ ପୃଷ୍ଠରେ ତାଙ୍କ ଆଖିରୁ ଲୁହ ଝରି ପଡିଥିଲା । ବିଶ୍ୱାସ କରାଯାଏ ଯେ ଯେଉଁଠାରେ ଭଗବାନ ଶିବଙ୍କ ଲୁହ ପଡିଥିଲା , ସେଠାରେ ରୁଦ୍ରାକ୍ଷ ବୃକ୍ଷ ଜନ୍ମି ଉଠିଥିଲା । ରୁଦ୍ରାକ୍ଷର ଅର୍ଥ ହେଉଛି ଶିବଙ୍କର ବିନାଶକାରୀ ତୃତୀୟ ଆଖି ।ସେଥିପାଇଁ ଏହି ଗଛରେ ଫଳୁଥିବା ଫଳଗୁଡ଼ିକୁ ‘ ରୁଦ୍ରାକ୍ଷ ‘ କୁହାଯାଉଥିଲା । ଏହା ପରେ ଭଗବାନ ଶିବ ଅଶୁର ତ୍ରିପୁରାସୁରକୁ ତାଙ୍କ ତ୍ରିଶୁଳରେ ବଦ୍ଧ କରିଥିଲେ ଏବଂ ପୃଥିବୀ ଓ ଦେବଲୋକଙ୍କୁ ତା’ ଅତ୍ୟାଚାରରୁ ମୁକ୍ତ କରିଥିଲେ ।
ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଯେତେବେଳେ ମାତା ସତୀ ଯଜ୍ଞକୁଣ୍ଡରେ ଡେଇଁ ଆତ୍ମହତ୍ୟା କରିଥିଲେ, ସେତେବେଳେ ମହାଦେବ ତାଙ୍କ ଜଳିଯାଇଥିବା ଶରୀରକୁ ନେଇ ତିନି ଲୋକରେ ବିଳାପ କରି ବିଚରଣ କରୁଥିଲେ । କୁହାଯାଏ ଯେ ଭଗବାନ ଶିବଙ୍କ ବିଳାପ ହେତୁ ତାଙ୍କ ଲୁହ ଯେଉଁଠାରେ ବି ପଡିଥିଲା ସେଠାରେ ରୁଦ୍ରାକ୍ଷ ବୃକ୍ଷ ଜନ୍ମ ହୋଇଥିଲେ।





