odisha24 Live

Latest News

Latest News

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ତେଲକୁ ନେଇ ଅସ୍ଥିରତା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଯୋଗାଣ ଓ ଦର ଉପରେ ପଡ଼ୁଛି ପ୍ରଭାବ। ଏଭଳି ସମୟରେ ଇନ୍ଧନ ରପ୍ତାନିକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

ପେଟ୍ରୋଲ ରପ୍ତାନି ଉପରେ ଲାଗୁଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ହେଲେ ଅନ୍ୟପଟେ ଡିଜେଲ୍ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଟ୍ୟାକ୍ସ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ପେଟ୍ରୋଲ ରପ୍ତାନିକାରୀଙ୍କୁ ମିଳିଛି ଆଶ୍ୱସ୍ତି, କିନ୍ତୁ ଡିଜେଲ୍ ଓ ATF ରପ୍ତାନି ଏବେ ଅଧିକ ମହଙ୍ଗା ହେବ।

ପେଟ୍ରୋଲ ଶସ୍ତା, ଡିଜେଲ୍ ମହଙ୍ଗା: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ନୋଟିଫିକେସନ୍ ଅନୁସାରେ, ପେଟ୍ରୋଲ ରପ୍ତାନି ଉପରେ ପୂର୍ବରୁ ଲାଗୁଥିବା ଲିଟର ପିଛା ୨ ଟଙ୍କା ୫୦ ପଇସା ଟ୍ୟାକ୍ସକୁ ହଟାଇ ଦିଆଯାଇଛି। ଏବେ ଏହା ଶୂନ୍ୟ ହୋଇଛି।
କିନ୍ତୁ ଡିଜେଲ୍ ରପ୍ତାନି ଉପରେ ଲାଗୁଥିବା ଟ୍ୟାକ୍ସରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮ ଟଙ୍କା ୫୦ ପଇସା ଥିବାବେଳେ ଏବେ ୧୧ ଟଙ୍କା ୫୦ ପଇସା ହୋଇଛି।

ସେହିପରି ବିମାନରେ ବ୍ୟବହୃତ ହେଉଥିବା ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ (ATF) ରପ୍ତାନି ଉପରେ ମଧ୍ୟ ଲିଟର ପିଛା ୫୦ ପଇସା ଟ୍ୟାକ୍ସ ବଢ଼ାଯାଇଛି। ଫଳରେ ଏହା ୧୦ ଟଙ୍କା ୫୦ ପଇସାରୁ ବଢ଼ି ୧୧ ଟଙ୍କା ହୋଇଛି।

Share In Social Media
Scroll to Top