odisha24 Live

Latest News

Latest News

ଆରମ୍ଭ ହେଲା ଓସିଏସ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା । ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଉଛି । ଆଜି ଦିନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ପରୀକ୍ଷା ହେବ । ସେହିପରି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଇଂରାଜୀ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।

ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପ୍ରଥମ ଓ ଦ୍ୱିତୀୟ ପେପର୍, ନଭେମ୍ବର ୪ରେ ତୃତୀୟ ଓ ଚତୁର୍ଥ ପେପର୍, ନଭେମ୍ବର ୫ରେ ପ୍ରବନ୍ଧ ଓ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟର ଦୁଇଟି ପେପର୍ ପରୀକ୍ଷା ହେବ । ତେବେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବନ୍ୟା ପରିସ୍ଥିତି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ବିଭିନ୍ନ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ସମସ୍ୟା ରହିଛି । ବିଶେଷକରି ଆସିକା, ସୋରଡ଼ା ଓ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟାତ ବଡ଼ ଚିନ୍ତାର କାରଣ ହୋଇଛି ।

Share In Social Media
Scroll to Top