
ଉତ୍ତରାଖଣ୍ଡ: ଚମୋଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲିର ଜୋଶୀମଠ ସହରରେ ଟ୍ରାନ୍ସ ଭାରତ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ଫାଟାରୁ ବଦ୍ରିନାଥ ମନ୍ଦିରକୁ ଉଡାଣ ଭରୁଥିବା ନେଇ କୁହାଯାଉଛି । ହେଲିକପ୍ଟରରେ ପାଇଲଟଙ୍କ ସମେତ ଛଅ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଟ୍ରାନ୍ସ ଭାରତ କମ୍ପାନୀର ଏହି ହେଲିକପ୍ଟର ବଦ୍ରିନାଥ ଧାମରୁ ଯାତ୍ରୀଙ୍କୁ ନେଇ ଫେରୁଥିଲା। ଏହି ସମୟରେ ଯୋଶୀମଠର ମାରୱାଡ଼ି ଅଞ୍ଚଳ ନିକଟ ଚାୟ ଗାଁ ପାହାଡ଼ ପାଖରେ ହେଲିକପ୍ଟର ସହ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଇଥିଲା। ପରେ ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପ୍ରଶାସନିକ ଟିମ ଘଟଣାସ୍ଥଳକୁ ଯାଇଥିଲା। ଚମୋଲିର ଅତିରିକ୍ତ ଜିଲାପାଳ ବିବେକ ପ୍ରକାଶଙ୍କ ସୂଚନା ଅନୁସାରେ, ହେଲିକପ୍ଟରର ସନ୍ଧାନ ପାଇଁ ଅଞ୍ଚଳରେ ସର୍ଚ୍ଚ ଓ ରେସ୍କ୍ୟୁ ଅଭିଯାନ ଆରମ୍ଭ କରାଯାଇଥିଲା।





