odisha24 Live

Latest News

Latest News

ଆକାଶମାର୍ଗରୁ କ୍ଷୟକ୍ଷତିର ଆକଳନ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଆକାଶମାର୍ଗରୁ ଏହାର ସ୍ଥିତି ଓ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ବାତ୍ୟା ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି । ପାଖାପାଖି ୭ଜଣଙ୍କ ମୃତୁ୍ୟ ନେଇ ଆକଳନ କରାଯାଉଥିବା ବେଳେ ପ୍ରାୟ ୪୬ଶହ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳୁଛି । ଏନେଇ ଆକାଶମାର୍ଗରୁ କ୍ଷୟକ୍ଷତିର ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

ପଶ୍ଚିମ ଗୋଦାବରୀ, କାକିନାଡା, ପୂର୍ବଗୋଦାବରୀ, କୋନାସୀମା ଓ କୃଷ୍ଣା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ,ସୂଚନା ମିଲିଛି । ଅର୍ଣ୍ଣବ ଯୋଗୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୪୬୦୦କୋଟିର କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିସ୍ତ୍ରୁତ ଆକଳନ ପରେ କ୍ଷୟକ୍ଷତି ପରିମାଣ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ବି.ଆର ଆମ୍ବେଦକର କୋନାସୀମା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ମିଦିଭରମ ନିର୍ବାଚନ ମଣ୍ଡଳୀର ଗଚକାୟଲାପୋରାରେ ଥିବା ରିଲିଫ୍ କେନ୍ଦ୍ର ପରିଦର୍ଶନ କରିବା ସହ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏମିତିକି ପ୍ରାଥମିକ କ୍ଷୟକ୍ଷତି ରିର୍ପୋଟ ମଧ୍ୟ ଦାଖଲ ହୋଇଥିଲା ।

Share In Social Media
Scroll to Top