odisha24 Live

Latest News

Latest News

ଦୁଇ ହାଇସ୍ପିଡ୍ ଟ୍ରେନ୍ ପରସ୍ପର ଧକ୍କା

ୟୁରୋପ : ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ହାଇ ସ୍ପିଡ୍ ଟ୍ରେନ୍ ପରସ୍ପର ସହ ଧକ୍କା ହେବାରୁ ପ୍ରାୟ ୧୦ ଜଣଙ୍କର ଜୀବନ ଯାଇଛି। ବୁଧବାର ମାଦ୍ରିଦ୍ ଆଣ୍ଡାଲୁସିଆରେ ଏହି ଦୁର୍ଘଟଣା ଘଟିଥିବା ରେଳ ପରିଚାଳକ ଆଦିଫ ସୂଚନା ଦେଇଛନ୍ତି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି। ତେବେ ଦୁର୍ଘଟଣା କାହିଁକି ଘଟିଲା ? ଏଥିରେ କେତେ ଲୋକ ଆହତ ହୋଇଛନ୍ତି ସେ ନେଇ ସ୍ପେନ୍ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି।

ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। ଏକ ‘ରେନଫେ’ ଟ୍ରେନ୍ ଏବଂ ଏକ ‘ଇରିଓ’ ପରସ୍ପର ସହ ଧକ୍କା ହୋଇଥିଲେ। ଏହି ଧକ୍କା ଯୋଗୁ ‘ଇରିଓ’ ଟ୍ରେନର ଦୁଇଟି ବଗି ଧାରଣାରୁ ଖସି ପଡ଼ିଥିବା କାସ୍ତିଲା-ଲା ମାଞ୍ଚା ଆଞ୍ଚଳିକ ସରକାରଙ୍କ ଜଣେ ମୁଖପାତ୍ରଙ୍କ ସୂଚନା ଦେଇଛନ୍ତି।

Share In Social Media
Scroll to Top