
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ଦୀପାବଳି ତଥା ପାର୍ୱଣ ଋତୁରେ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ଶ୍ରମ ବିଭାଗ ଅଣକୁଶଳୀ , ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ବର୍ଗର ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା (Variable DA) ବୃଦ୍ଧି ନେଇ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି।
ଏହି ନୂତନ ସଂଶୋଧନ ୧ ଅକ୍ଟୋବର ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୭୪ଟି ଅନୁସୂଚିତ ନିୟୋଜନ ରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରତି ମାସରେ ୧୭୪ ଟଙ୍କାରୁ ନେଇ ୨୩୮ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମିଳିବ।




