odisha24 Live

Latest News

Latest News

ଆମାଜନ୍ ଏବଂ ପ୍ଲିପକାର୍ଟରେ ଦୀପାବଳି ପର୍ଯ୍ୟନ୍ତ ବଢ଼ିଲା ଫେଷ୍ଟିଭ୍ ସେଲ୍

ଆମାଜନ୍ ଏବଂ ପ୍ଲିପକାର୍ଟରେ ଗତ ମାସରେ ଆରମ୍ଭ ହୋଇଥିବା ପର୍ବପର୍ବାଣୀ ସିଜିନ୍‌ର ସେଲ୍‌କୁ ଏବେ ଆଗାମୀ ଦୀପାବଳି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପ୍ଲିପକାର୍ଟ ପକ୍ଷରୁ ଏହାକୁ ‘ବିଗ୍ ସପିଙ୍ଗ୍ ଉତ୍ସବ ସେଲ୍’ ନାମରେ ଏକ୍ସଟେଣ୍ଡ୍ କରାଯାଇଥିବାବେଳେ, ଏଥିରେ ସ୍ମାର୍ଟଫୋନଠାରୁ ଆରମ୍ଭ କରି ବିଭିନ୍ନ ଗୃହୋପକରଣ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।

ସେହିପରି ଆମାଜନ୍ ମଧ୍ୟ ନିଜର ସେଲ୍‌କୁ ‘ଗ୍ରେଟ୍ ଇଣ୍ଡିଆନ୍ ପେଷ୍ଟିଭ୍ ସେଲ୍ ରିଲୋଡେଡ୍’ ନାମରେ ଦୀପାବଳି ପର୍ଯ୍ୟନ୍ତ ଜାରି ରଖିଛି, ଯେଉଁଥିରେ ସ୍ମାର୍ଟଫୋନ୍, ଟିଭି, ଏସି, ଏବଂ ଫ୍ରିଜ୍ ଭଳି ସାମଗ୍ରୀ କ୍ରୟ କରିବାରେ ବଡ଼ ଧରଣର ଛାଡ଼ ମିଳୁଛି।

ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ପେଷ୍ଟିଭ୍ ସେଲ୍ ରିଲୋଡେଡ୍: ଆମାଜନ୍ ପକ୍ଷରୁ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଉପରେ ୧୦ ପ୍ରତିଶତ କିମ୍ବା ୯,୭୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଆକ୍ସିସ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ବ୍ୟବହାର କରି ଏହି ଅଫରର ଲାଭ ଉଠାଇହେବ।
ଏହି ସେଲ୍‌ରେ ସାମସଙ୍ଗ୍ ଗାଲାକ୍ସି ଜେଡ୍ ଫୋଲ୍ଡ ୭କୁ ୧,୨୭,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ କିଣାଯାଇପାରିବ, ଯାହାଫଳରେ ଏହାର ଦରରେ ପ୍ରାୟ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳୁଛି।

ଏହା ବ୍ୟତୀତ ସାମସଙ୍ଗ୍‌ର ଅନ୍ୟାନ୍ୟ ଫୋନ୍ ଉପରେ ମଧ୍ୟ ବ୍ଲକବଷ୍ଟର ଡିଲ୍ ରହିଛି। ଗତ ବର୍ଷ ଲଞ୍ଚ ହୋଇଥିବା ପ୍ରିମିୟମ୍ ଫୋନ୍ ଗାଲାକ୍ସି ଏସ୍‌୨୫ ଅଲ୍ଟ୍ରାକୁ ମାତ୍ର ୯,୮୮୮ ଟଙ୍କା ମାସିକ EMIରେ କିଣିହେବ। ସେହିପରି ଗାଲାକ୍ସି ଏ୫୬ ଏବଂ ଗାଲାକ୍ସି ଏମ୍‌୪୭ ୫ଜି କ୍ରମଶଃ ୫,୩୩୩ ଟଙ୍କା ଏବଂ ୪,୧୬୭ ଟଙ୍କା EMIରେ ଘରକୁ ଅଣାଯାଇପାରିବ।

ସାମସଙ୍ଗ୍ ବ୍ୟତୀତ ୱାନ୍‌ପ୍ଲସ, ଆଇକ୍ୟୁ, ରିଅଲମି, ଏବଂ ସିଓମି ଭଳି ବ୍ରାଣ୍ଡର ଫୋନ୍ ବେଶ୍ କମ୍ ଦରରେ ଉପଲବ୍ଧ ଅଛି। ଆକ୍ସେସରିଜ୍ ଉପରେ ୬୫ ପ୍ରତିଶତ ଏବଂ ହୋମ୍ ଆପ୍ଲାଏନ୍ସେସ୍ ଉପରେ ନୋ-କଷ୍ଟ୍ EMI ଓ ଏକ୍ସଚେଞ୍ଜ୍ ଅଫରର ସୁବିଧା ମିଳୁଛି।

ପ୍ଲିପକାର୍ଟ ବିଗ୍ ସପିଙ୍ଗ୍ ଉତ୍ସବ: ପ୍ଲିପକାର୍ଟରେ ନଥିଙ୍ଗ୍, ମୋଟୋରୋଲା, ରିଅଲମି, ରେଡ୍‌ମି ଏବଂ ଗୁଗଲ୍ ପିକ୍ସେଲ୍ ଭଳି ବ୍ରାଣ୍ଡର ସ୍ମାର୍ଟଫୋନ୍ ସସ୍ତା ମୂଲ୍ୟରେ ମିଳୁଛି। ଏହି ବର୍ଷ ଲଞ୍ଚ ହୋଇଥିବା ନଥିଙ୍ଗ୍ ଫୋନ୍ ମାତ୍ର ୨୫,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ଅଛି।

Share In Social Media
Scroll to Top