odisha24 Live

Latest News

Latest News

ପୀଠେ ଦଶମୀ , ମଣ୍ଡପେ ନବମୀ

ଭୁବନେଶ୍ୱର : ଚାଲିଛି ମାଆଙ୍କ ଶାରଦୀୟ ଦୁର୍ଗା ପୂଜା । ମଣ୍ଡପରେ ଆଜି ନବମୀ ପାଳନ ହେଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପାଳନ ହେଉଛି। ସବୁଠି ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ବିଧି। ମା’ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି ।

ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ । ମନ ଜିଣୁଛି ଚିତ୍ତାକର୍ଷକ ତୋରଣ । ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା’ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ । ଆଜି ନବରାତ୍ରର ଶେଷ ଦିନ । ଆଜିର ଦିନକେ ମହିଷାସୁରକୁ ବଦ୍ଧ କରିଥିଲେ ମା’ଗୁର୍ଗା । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବା ପାଇଁ ମିଳୁଛି ଯେ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ତୋରଣ । କଟକ ସହରର ସୁନା-ଚାନ୍ଦିରେ ଝଟକୁଛନ୍ତି ମାଆ ଜଗତ ଜନନୀ ।

Share In Social Media
Scroll to Top