
ନୂଆଦିଲ୍ଲୀ : ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପବିତ୍ର ପର୍ବ ଲୋକଙ୍କ ସଂକଳ୍ପକୁ ନୂଆ ଶକ୍ତି ଦେବା ସହ ସମସ୍ତଙ୍କ ଜୀବନରେ ସୁଖ, ସୌଭାଗ୍ୟ ଓ ସଫଳତା ଆଣୁ ବୋଲି ସେ କାମନା କରିଛନ୍ତି । ଏଥିସହ ଭଗବାନ ଶ୍ରୀରାମଙ୍କ ସ୍ତୁତି ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବିଜୟାଦଶମୀର ଅନେକ ଶୁଭେଚ୍ଛା । ଉଲ୍ଲାସ ଓ ବିଶ୍ୱାସର ଏହି ବିଜୟ ପର୍ବ ସମସ୍ତଙ୍କ ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରୁ । ସମସ୍ତଙ୍କ ଜୀବନ ସୁଖ, ସୌଭାଗ୍ୟ ଓ ସଫଳତାରେ ସମୃଦ୍ଧ ହେଉ ବୋଲି ସେ କାମନା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଅଧର୍ମ ଉପରେ ଧର୍ମ, ଅସତ୍ୟ ଉପରେ ସତ୍ୟ ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ । ଏହା ଆମର ଆସ୍ଥା, ସଭ୍ୟତା ଓ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ସହ ସମାଜରେ ସଦ୍ଭାବ ଓ ସୌହାର୍ଦ୍ଦ ବୃଦ୍ଧି କରୁ ବୋଲି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଜୟାଦଶମୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ଶ୍ରୀରାମଙ୍କ ଆଦର୍ଶ ଓ ଜୀବନମୂଲ୍ୟକୁ ସ୍ମରଣ କରାଉଥିବା ଏହି ପବିତ୍ର ପର୍ବ ସମସ୍ତଙ୍କୁ ସତ୍ୟ, ସଦାଚାର ଓ ଲୋକକଲ୍ୟାଣର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ । ଭଗବାନ ଶ୍ରୀରାମ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ଆଣନ୍ତୁ ଜୟ ଶ୍ରୀରାମ ।





