
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନୀଟ -ପିଜି) ୨୦୨୬ର ଫଳାଫଳ ପ୍ରକାଶ କରାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ବିଭିନ୍ନ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ କୋର୍ସରେ ନାମଲେଖା ପାଇଁ ଅଗଷ୍ଟ ୩୦ରେ ନୀଟ -ପିଜି ପରୀକ୍ଷା ହୋଇଥିଲା।
ଅଗଷ୍ଟ ୩୦ରେ ହୋଇଥିବା ପରୀକ୍ଷାରେ ମୋଟ ୨,୬୩,୫୪୪ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ଜୟପୁରରେ ସେପ୍ଟେମ୍ବର ୫ରେ ହୋଇଥିବା ପୁନଃପରୀକ୍ଷାରେ ୨,୪୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ଏନବିଇଏମଏସର ୱେବସାଇଟ୍ natboard.edu.in ଓ nbe.edu.inରେ ନିଜର ନୀଟ -ପିଜି ୨୦୨୬ ଫଳାଫଳ ଓ ରାଙ୍କ ଯାଞ୍ଚ କରିପାରିବେ।
ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ପ୍ରଥମେ ଏନବିଇଏମଏସର ୱେବସାଇଟ୍କୁ ଯିବାକୁ ପଡ଼ିବ। ସେଠାରେ ନୀଟ -ପିଜି ସ୍କୋରକାର୍ଡ ଲିଙ୍କ୍ ଉପରେ କ୍ଲିକ୍ କରି ଆବେଦନ ନମ୍ବର ଓ ଜନ୍ମତାରିଖ ଦେଇ ଲଗ୍ଇନ୍ କରିବାକୁ ହେବ। ଏହାପରେ ସ୍କୋରକାର୍ଡ ସ୍କ୍ରିନ୍ରେ ଦେଖାଯିବ। ଏହାକୁ PDF ଆକାରରେ ଡାଉନଲୋଡ୍ କରି ସୁରକ୍ଷିତ ରଖିବା ସହ ଭବିଷ୍ୟତ ପାଇଁ ପ୍ରିଣ୍ଟଆଉଟ୍ ନେଇପାରିବେ।





