odisha24 Live

Latest News

Latest News

ସ୍କିନ୍‌ ଆଲର୍ଜି ଅଛି କି? ଆପଣାନ୍ତୁ ଏହି ଉପାୟ

କସ୍‌ମେଟିକ୍‌ ପ୍ରଭାବରୁ କିମ୍ବା ପ୍ରଦୂଷଣ, ଖରା ଆଦି ବିଭିନ୍ନ କାରଣରୁ ତ୍ୱଚାରେ ଆଲର୍ଜି ହୋଇଥାଏ। ଏ ସବୁରୁ ରକ୍ଷାପାଇବା ପାଇଁ ଘରୋଇ ଉପାୟ ଆପଣାନ୍ତୁ…

ଧୂଳିଧୂଆଁ ଆଦି ପ୍ରଦୂଷଣ କାରଣରୁ ଆଲର୍ଜି ହେଲେ ହଠାତ୍‌ ତ୍ୱଚା କୁଣ୍ଡାାଇହେବା କିମ୍ବା ଛିଙ୍କହେବା, ଆଖିରୁ ପାଣି ବହିବା ଭଳି ସମସ୍ୟା ଦେଖାଦିଏ। ଆଲର୍ଜିରୁ ରକ୍ଷା ପାଇବା ପାଇଁ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ୍‌ ନିଅନ୍ତୁ।
ତ୍ୱଚାରେ ଅନ୍ୟ କୌଣସି ପ୍ରକାର ଆଲର୍ଜି ହେଉଥିଲେ ବରଫ ଘଷିଲେ ଲାଭ ମିଳିଥାଏ। ବରଫ ଖଣ୍ଡକୁ ଏକ କପଡ଼ାରେ ବାନ୍ଧି ଆଲର୍ଜି ହୋଇଥିବା ସ୍ଥାନରେ ଘଷନ୍ତୁ। ଖୁବ୍‌ଶୀଘ୍ର ଆରାମ ଲାଗିବ।
ମୁହଁ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଲର୍ଜି ହେଉଥିଲେ ନଡ଼ିଆ ତେଲକୁ ଉଷୁମକରି ଲଗାନ୍ତୁ। ନଡ଼ିଆତେଲ ଆଣ୍ଟି ବ୍ୟାକ୍ଟେରିଆଲ ହୋଇଥିବାରୁ ଆଲର୍ଜି ଦୂରକରିବା ପାଇଁ ଏହା ବହୁତ ଭଲ।
ସ୍କିନ୍‌ ଆଲର୍ଜି ଦୂରକରିବା ପାଇଁ ଆଲୋଭେରା ବହୁତ ଭଲ। ଏହା ଖୁବ୍‌ ଶୀଘ୍ର ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିଥାଏ। ଆଲୋଭେରା ଜେଲ୍‌କୁ ଆଲର୍ଜି ହୋଇଥିବା ସ୍ଥାନରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଆଲର୍ଜି କମ୍‌ ହୋଇଯିବ।
ନିମ୍ବରେ ମଧ୍ୟ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି। ତେଣୁ ନିମ୍ବପତ୍ରର ରସ ବାହାରକରି ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ। ଲଗାତର ଏପରି କଲେ ଆଲର୍ଜିରୁ ମୁକ୍ତି ମିଳିବ।

Share In Social Media
Scroll to Top