odisha24 Live

Latest News

Latest News

ପିଲାମାନଙ୍କ ସହ ଜଳଖିଆର ମଜା ନେଲେ ବିଜୟ

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପୁଣି ଥରେ ତାଙ୍କର ସରଳ ଶୈଳୀରେ ଲୋକଙ୍କ ହୃଦୟ ଜିତିଛନ୍ତି। ତିରୁବନମିୟୁରର ଗାନ୍ଧୀ ଗ୍ରାମମ୍‌ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି, ମୁଖ୍ୟମନ୍ତ୍ରୀ ବିଜୟ ସ୍କୁଲ ପିଲାମାନଙ୍କ ପାଇଁ ମାଗଣା ଜଳଖିଆ ଯୋଜନାର ବିସ୍ତାର କରିବା ସହ ପିଲାମାନଙ୍କ ସାଙ୍ଗରେ ତଳେ ବସି ଜଳଖିଆ ଖାଇଛନ୍ତି।
ଏହି ଅବସରରେ ସେ ଚେନ୍ନାଇର ଏକ ସ୍କୁଲରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ନିଜେ ଜଳଖିଆ ପରଷିବା ସହ ସେମାନଙ୍କ ସହ ବସି ଖାଇଥିଲେ।

ସୂଚନା ଅନୁସାରେ, ଏହି ଯୋଜନାର ସମ୍ପ୍ରସାରଣ ଫଳରେ ତାମିଲନାଡୁର ୧୫,୪୫୪ଟି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୧୫.୩୦ ଲକ୍ଷ ଅତିରିକ୍ତ ଛାତ୍ରୀଛାତ୍ର ଉପକୃତ ହେବେ।

ଯୋଜନାର ଶୁଭାରମ୍ଭ ଅବସରରେ ସିଏମ ବିଜୟ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଥିଲେ। ପରେ ସେମାନଙ୍କ ସହ ନିଜେ ଜଳଖିଆ ଖାଇବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

ତାମିଲନାଡୁର ସମଗ୍ର ରାଜ୍ୟରେ ଏହି ଯୋଜନା ଲାଗୁ କରାଯାଇଛି। ଜୋସେଫ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାର ନାମ ପରିବର୍ତ୍ତନ କରି ‘ପେରୁନ୍ଥଲୈଭର କାମରାଜ ବ୍ରେକଫାଷ୍ଟ ଯୋଜନା’ ରଖାଯାଇଥିବା କୁହାଯାଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାମରାଜଙ୍କ ସମ୍ମାନରେ ଏହି ନାମ ରଖାଯାଇଛି।

ପୂର୍ବରୁ ଏହି ଯୋଜନା କେବଳ ସରକାରୀ ସ୍କୁଲର ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ଥିଲା। ଏବେ ଏହାକୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

Share In Social Media
Scroll to Top