odisha24 Live

Latest News

Latest News

ଆଡଭାନୀ, ଜୟଶଙ୍କରଙ୍କୁ ଏସଆଇଆର୍ ନୋଟିସ୍‌!

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅଧୁନା ରାଜଧାନୀ ଦିଲ୍ଲୀରେ ଚାଲିଥିବା ସ୍ପେଶାଲ ଇଂନ୍‌ଟେନସିଭ୍ ରଭିଜନ(ଏସଆଇଆର) ଅଧୀନରେ ଭୋଟର ତାଲିକାରେ ସଂଶୋଧନ ପାଇଁ ଏହି ନୋଟିସ ଜାରି କରାଯାଇଛି । ତେବେ ଏହି ନୋଟିସ ଜାରି ହେବା ଦ୍ୱାରା ତାଲିକାର ନାଁ କଟିବନି, ବରଂ ତ୍ରୁଟି ସଂଶୋଧନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏସଆଇଆର ନୋଟିସ ପାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ, ପୂର୍ବତନ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ଖୋଦ ନିର୍ବାଚନ କମିଶନର ଡ.ଏସଏସ ସାନ୍ଧୁ, ସେବି ଚେୟାରମ୍ୟାନ ତୁହିନ କାନ୍ତ ପାଣ୍ଡେ, ବିଦେଶ ସଚିବ ବିକ୍ରମ ମିଶ୍ରି, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ, ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଲା ଇତ୍ୟାଦି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ଏହି ନୋଟିସ କେବଳ କିଛି ସଂଶୋଧନ ପାଇଁ ଉଦ୍ଦିଷ୍ଟ । ତଥ୍ୟରେ ଅମେଳ ରହିବାରୁ ଏହି ନୋଟିସ ଜାରି ହୋଇଛି ଯାହାଦ୍ୱାରା ଭୋଟର ତାଲିକା ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇପାରିବ । ଖୁବ୍ ଶୀଘ୍ର ଏହି ପ୍ରକିୟା ଶେଷ ହେବ ।

Share In Social Media
Scroll to Top