odisha24 Live

Latest News

Latest News

ଅକ୍ଟୋବର ୧ ମିଳିବନି ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଘରୋଇ ଏଲ୍‌ପିଜି ସିଲିଣ୍ଡର ଯୋଗାଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ପରିବର୍ତ୍ତିତ ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଯିବ। ଏହି ନିୟମ ଅନୁଯାୟୀ ସବସିଡିଯୁକ୍ତ ବା ରିଆତି ମୂଲ୍ୟରେ ଘରୋଇ ରନ୍ଧନ ଗ୍ୟାସ (୧୪.୨ କିଗ୍ରା) ପାଇବା ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ଯେଉଁ ଗ୍ରାହକମାନେ ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି କିମ୍ବା କରିବାକୁ ଚାହୁଁନାହାନ୍ତି, ସେମାନଙ୍କୁ ଆଉ ୧୪.୨ କିଗ୍ରା ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ସେମାନଙ୍କୁ କେବଳ ଛୋଟ ଆକାରର ୫ କିଗ୍ରା କିମ୍ବା ୧୦ କିଗ୍ରା ସିଲିଣ୍ଡର ଯୋଗାଇ ଦିଆଯିବ, ଯାହାର ମୂଲ୍ୟ ବଜାର ଦର ଅନୁସାରେ ବିନା ସବସିଡିରେ ଦେବାକୁ ପଡ଼ିବ।

ଦେଶର ପ୍ରାୟ ୮୯.୯% (୨୭.୪୩ କୋଟି) ଗ୍ରାହକ ଇ-କେୱାଇସି ପ୍ରକ୍ରିୟା ଶେଷ କରିସାରିଛନ୍ତି। ସେମାନଙ୍କ ପାଇଁ ନିୟମ ପୂର୍ବପରି ସାଧାରଣ ରହିବ ଓ ସେମାନେ ସବସିଡି ଦରରେ ୧୪.୨ କିଗ୍ରା ସିଲିଣ୍ଡର ପାଇପାରିବେ। ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ନିଜ ଏଲପିଜି ଡିଷ୍ଟ୍ରିବ୍ୟୁଟରଙ୍କ ଶୋ’ରୁମ୍‌କୁ ଯାଇ, ଗ୍ୟାସ ଡେଲିଭରି ସମୟରେ ଡେଲିଭରି ବୟ ମାଧ୍ୟମରେ, କିମ୍ବା ନିଜ ଅଏଲ ମାର୍କେଟିଂ କମ୍ପାନୀ (ଓଏମସି) ଆପ୍ ଯଥା ଇଣ୍ଡିଆ ଅଏଲ ୱାନ, ହେଲୋ ବିପିସିଏଲ୍‌ ଓ ଏଚପି କେ ମାଧ୍ୟମରେ ଅକ୍ଟୋବର ୧ ପୂର୍ବରୁ ସହଜରେ ଇ-କେୱାଇସି ସମ୍ପୂର୍ଣ୍ଣ କରିପାରିବେ। କଳାବଜାରୀ, ବ୍ୟାବସାୟିକ କାର୍ଯ୍ୟରେ ଘରୋଇ ଗ୍ୟାସର ଦୁରୁପଯୋଗ ରୋକିବା ଓ ପ୍ରକୃତ ହିତାଧିକାରୀଙ୍କ ପାଖରେ ଗ୍ୟାସ ସବସିଡି ପହଞ୍ଚାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Share In Social Media
Scroll to Top