
ନୂଆଦିଲ୍ଲୀ : ପାର୍ବଣ ଓ ବିବାହ ଋତୁ ଧରାରେ ଅବତରଣ କଲାଣି। ତେଣୁ ଏହି ସମୟରେ ଦେଶରେ ସୁନା ଗହଣା କିଣାକିଣି ବଢ଼ିଯାଏ। ଏବେ ସୁନା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ହଲମାର୍କିଂ ଚାର୍ଜକୁ ନେଇ ଏକ ନୂଆ ଅପଡେଟ୍ ଆସିଛି।
କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅଧିକ ସୁନା କ୍ରୟ, ଭୂ-ରାଜନୈତିକ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି, ମୁଦ୍ରାସ୍ଫୀତି ଏବଂ ଆମେରିକୀୟ ଡଲାରର ଦୁର୍ବଳତା ହୋଗୁଁ ସୁନା ଦର ବଢିବାରେ ଲାଗିଛି। ଭାରତରେ ସୁନାର ଚାହିଦା ସର୍ବଦା ଅଧିକ ରହିଥାଏ। ବିଶେଷ କରି ବିବାହ ଋତୁ ଏବଂ ବିଭିନ୍ନ ପର୍ବପର୍ବାଣୀ ଯେପରିକି ଧନତେରାସ୍, ଦୀପାବଳି ସମୟରେ ବଜାରରେ ସୁନାର ଚାହିଦା ହଠାତ୍ ବଢ଼ିଯାଇଥାଏ, ଯେଉଁଥିପାଇଁ ଦର ବୃଦ୍ଧି ହୋଇଥାଏ।
ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ସୁନାକୁ ସୁରକ୍ଷିତ ନିବେଶ ବା ‘ସେଫ୍-ହେଭେନ୍’ ଆସେଟ୍ ଭାବେ ଦେଖାଯାଉଥିବାରୁ ଚାହିଦା ବଢ଼ିଛି। ରୁପା ଦର ବୃଦ୍ଧିରେ ନିବେଶ ଚାହିଦା ସହିତ ଶିଳ୍ପ କ୍ଷେତ୍ରର ଚାହିଦା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ସୁନା ଓ ରୁପା ଦର ବଢିବାରେ ଲାଗିଛି। ତେଣୁ ସୁନା ଓ ରୁପା ଗହଣା କିଣିବା ପୂର୍ବରୁ ଜାଣିରଖନ୍ତୁ ଦର। ଗତ କାଲିଠାରୁ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୫୮୦ ଟଙ୍କା ବଢି ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାରେ ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୪୫୦ ଟଙ୍କା ବଢି ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କାକୁ ଛୁଇଁଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୧୯୦ ଟଙ୍କା ବଢି ୧ ଲକ୍ଷ ୧୫ ହଜାର ୮୨୦ ଟଙ୍କା ହୋଇଛି।ଅନ୍ୟପଟେ ରୁପା ଦର ଗତ କାଲିଠାରୁ ଆଜି ୫ ହଜାର ଟଙ୍କା ବଢିଯାଇଛି। ଆଜି ରୁପା ଦର ୧ କିଲୋଗ୍ରାମ୍ ପିଛା ୨ ଲକ୍ଷ ୫୫ ହଜାର ଟଙ୍କାରେ ପହଞ୍ଚିଛି।





