
ନୂଆଦିଲ୍ଲୀ : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବରୁ ୮୪ଟି ବିଷୟର ରେଜଲ୍ଟ ପ୍ରକାଶ ପାଇଥିବା ବେଳେ, ନିକଟରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହୋଇଥିବା ଇଂରାଜୀ, କମର୍ସ ଏବଂ ସୋସିଓଲୋଜିବିଷୟର ସାନି ପରୀକ୍ଷାର ଫଳାଫଳ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ପ୍ରକାଶିତ ଫଳାଫଳ ଅନୁସାରେ, ୮୨୪ ଜଣ ପ୍ରାର୍ଥୀ ପାଇଁ ଯୋଗ୍ୟ ହୋଇଛନ୍ତି। ସେହିପରି ୧୧,୬୧୦ ଜଣ ପାଇଁ ଯୋଗ୍ୟ ହୋଇଥିବା ବେଳେ ୨୩,୧୫୪ ଜଣ କେବଳ PhD ଆଡମିଶନ୍ ଶ୍ରେଣୀରେ ଯୋଗ୍ୟତା ହାସଲ କରିଛନ୍ତି। ଅର୍ଥାତ୍ ଏହି ତିନିଟି ବିଷୟରେ ମୋଟ ୩୫,୫୮୮ ଜଣ ପ୍ରାର୍ଥୀ ଉପରୋକ୍ତ ତିନି ଶ୍ରେଣୀ ମଧ୍ୟରୁ କୌଣସି ଗୋଟିଏରେ ଯୋଗ୍ୟ ହୋଇଛନ୍ତି।





