odisha24 Live

Latest News

Latest News

ପୁଣି ବର-କନ୍ୟା ସାଜିଲେ ସୂର୍ଯ୍ୟା-ଜ୍ୟୋତିକା

ମୁମ୍ବାଇ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ସୂର୍ଯ୍ୟା ଏବଂ ଅଭିନେତ୍ରୀ ଜ୍ୟୋତିକା ସେମାନଙ୍କର ବିବାହର ୨୦ ବର୍ଷ ପୂର୍ତ୍ତି ଅବସରରେ ପୁଣିଥରେ ପରସ୍ପର ସହ ବିବାହ ପ୍ରତିଜ୍ଞା ନବୀକରଣ କରି ପୁଣି ବର-କନ୍ୟା ସାଜିଛନ୍ତି‌।
ଏହି ସ୍ୱତନ୍ତ୍ର ସମାରୋହରେ କେବଳ ଦୁହେଁ ନୁହନ୍ତି, ସାମିଲ୍ ହୋଇଥିଲେ ପରିବାରର ସଦସ୍ୟମାନେ। ପୁଅ ଦେବ ନିଜ ମା’ ଜ୍ୟୋତିକାଙ୍କୁ ଆଲ୍ଟାର୍ ପର୍ଯ୍ୟନ୍ତ ନେଇଯାଇଥିବା ବେଳେ, ଝିଅ ଦିୟା ‘ମେଡ୍ ଅଫ୍ ଅନର୍’ ଭାବେ ଦାୟିତ୍ୱ ତୁଲାଇଥିଲେ। ଧଳା ବ୍ରାଇଡାଲ୍ ଗାଉନ୍ରେ ଜ୍ୟୋତିକାଙ୍କ ଲୁକ୍ ଯେତିକି ଚର୍ଚ୍ଚାରେ, ଧଳା ଟକ୍ସିଡୋରେ ସୂର୍ଯ୍ୟାଙ୍କ ଅନ୍ଦାଜ୍ ମଧ୍ୟ ସେତିକି ଆକର୍ଷଣୀୟ। ଆଉ ଯେତେବେଳେ ବ୍ରାଇଡାଲ୍ ଲୁକରେ ଜ୍ୟୋତିକା ସାମ୍ନାକୁ ଆସିଥିଲେ, ଭାବବିହ୍ୱଳ ହୋଇପଡ଼ିଥିଲେ ସୂର୍ଯ୍ୟା। ସେହି ମୁହୂର୍ତ୍ତର ଫଟୋ ଏବେ ସୋସିଆଲ୍ ମିଡିଆରେ ଫ୍ୟାନମାନଙ୍କ ହୃଦୟ ଜିତୁଛି।
ଏହି ସୁନ୍ଦର ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ସୂର୍ଯ୍ୟାଙ୍କ ଭାଇ ତଥା ଅଭିନେତା କାର୍ତ୍ତି ଏବଂ ପରିବାରର ଅନ୍ୟ ଘନିଷ୍ଠ ସଦସ୍ୟମାନେ। ଏହି ଅବସରରେ ଜ୍ୟୋତିକା ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ଏହାକୁ ନାଁ ଦେଇଛନ୍ତି-ଦି ସିକ୍ୱେଲ୍’। କେବଳ ଏକ ବିବାହର ୨୦ ବର୍ଷ ପୂର୍ତ୍ତି ନୁହେଁ, ବରଂ ପରସ୍ପରର ଭୁଲ୍ ଓ ତ୍ରୁଟିକୁ ଗ୍ରହଣ କରିବା, ବୁଝାମଣା, ତ୍ୟାଗ ଓ ନିଃସ୍ୱାର୍ଥପର ପ୍ରେମର ଏକ ଉତ୍ସବ ବୋଲି ଜ୍ୟୋତିକା ଏହି ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି।
ଉଭୟ ଅସଲ ଜୀବନରେ ଦୁହେଁ ଦୁହିଁଙ୍କ ପାଇଁ ଜଣେ ଜଣେ ସାଥୀ, ବନ୍ଧୁ ଓ ଜୀବନସାଥୀ। ସୂର୍ଯ୍ୟାଙ୍କୁ ନିଜର ‘ବେଷ୍ଟ ଫ୍ରେଣ୍ଡ’ ଓ ଜୀବନସାଥୀ ବୋଲି କହିଛନ୍ତି ଜ୍ୟୋତିକା।

Share In Social Media
Scroll to Top