odisha24 Live

Latest News

Latest News

ବିଘ୍ନରାଜଙ୍କ ଆଗମନ ,ଚଳଚଞ୍ଚଳ ସାରା ପରିବେଶ

ଭୁବନେଶ୍ୱର : ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା କରିବା ପାଇଁ ସବୁଠି ଚଳଚଞ୍ଚଳ । ଗଣେ ଚତୁର୍ଥୀରେ କମ୍ପୁଛି ପରିବେଶ । ମଣ୍ଡପରେ ଶୋଭା ପାଉଛନ୍ତି ବିଭିନ୍ନ ଡିଜାଇନର ଗଜାନନଙ୍କ ମୂର୍ତ୍ତି । ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପ୍ରତ୍ୟକ ସ୍ଥାନରେ ସାଜସଜ୍ଜା ପରିବେଶ ଦେଖିବାକୁ ମିଳିଛି ।
ପ୍ରଭୁ ଗଣେଶଙ୍କୁ ଲଡୁ, ମୋଦକ, ବୁନ୍ଦିଆ ଏବଂ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲଗାଯାଏ। ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ । ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ କଟକଣା ଜାରି ହୋଇଛି। ରାତି ୧୦ଟା ପରେ ଡିଜେ ଓ ମେଲୋଡି ବଜାଇବା ନିଷେଧ କରାଯାଇଛି । ପାରମ୍ପରିକ ବାଦ୍ୟ ବଜାଇବାକୁ ଅନୁମତି ରହିଛି । ଏଥିସହ ଆତସବାଜି ନିଷେଧ ଏବଂ ବିକୃତ ମୂର୍ତ୍ତି ନିର୍ମାଣରେ କଟକଣା ଲଗାଯାଇଛି । ରାଜଧାନୀରେ ପ୍ରାୟ ୪୨୦ଟି ମଣ୍ଡପରେ ପୂଜା ହେବ । ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ରହିଛି ।

Share In Social Media
Scroll to Top