odisha24 Live

Latest News

Latest News

ପିଜି ସିଟ୍‌ ପାଇଁ ପୁଣି ସୁଯୋଗ, ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର!

ଭୁବନେଶ୍ୱର : ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖାକୁ ନେଇ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା PG ସିଟ୍ ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୨ରୁ ୨୧ ତାରିଖ ମଧ୍ୟରେ ୱେବସାଇଟ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ।

ବିଭାଗ ପକ୍ଷରୁ ପ୍ରକାଶିତ ସୂଚୀ ଅନୁସାରେ ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହାପରେ ୨୫ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଚୟନିତ ଛାତ୍ରଛାତ୍ରୀ ଇଣ୍ଟିମେସନ୍ ଲେଟର ଡାଉନଲୋଡ୍ କରି ଅନଲାଇନ୍‌ରେ ନାମଲେଖା ଫି ଦାଖଲ କରି ସମ୍ପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିଶନ ସମ୍ପୂର୍ଣ୍ଣ କରିବେ।
ସେହିପରି ଅପେକ୍ଷାରତ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ସେମାନେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ନିର୍ଦ୍ଦିଷ୍ଟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଫିଜିକାଲ ରିପୋର୍ଟିଂ କରିପାରିବେ। ରିପୋର୍ଟିଂ ପରେ ଅକ୍ଟୋବର ୧ ତାରିଖରେ ୱେଟିଂ ଲିଷ୍ଟର ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି।

Share In Social Media
Scroll to Top