odisha24 Live

Latest News

Latest News

ୟୁପିଆଇ କୁ ନେଇ କେନ୍ଦ୍ରରୁ ବଡ଼ ଅପଡେଟ୍‌, ଆଉ ମାଗଣା ନୁହେଁ? ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଲାଗିବ ଚାର୍ଜ!

ନୂଆଦିଲ୍ଲୀ: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର ଆସିଥିଲା। ତେବେ ସରକାର ଏଭଳି ଖବରକୁ ଖଣ୍ଡନ କରିଥିଲେ ଏବଂ UPI ଉପରେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

କିନ୍ତୁ ଏବେ ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ ଲହିରୀଙ୍କ ବୟାନ ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ତାଙ୍କ କହିବା ଅନୁସାରେ, UPI ସବୁବେଳ ପାଇଁ ମାଗଣା ରହିପାରିବ ନାହିଁ। ଭବିଷ୍ୟତରେ ଏହା ଉପରେ ଚାର୍ଜ ଲାଗିବାର ସମ୍ଭାବନା ରହିଛି।

ମୁମ୍ବାଇରେ ଚାଲିଥିବା ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬ ସମୟରେ ଅଶୋକ ଲହିରୀ ଏକ ସାକ୍ଷାତକାରରେ UPI ଚାର୍ଜକୁ ନେଇ ମତ ରଖିଥିଲେ। ବ୍ୟବସାୟ ପେମେଣ୍ଟ ପାଇଁ UPI ଚାର୍ଜ କେବେଠାରୁ ଲାଗୁ ହୋଇପାରେ ବୋଲି ପଚରାଯିବାରୁ ସେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କହିପାରିବେ ନାହିଁ ବୋଲି କହିଥିଲେ।

ତେବେ ତାଙ୍କ ମତରେ, UPI ପରି ବ୍ୟବସ୍ଥା ଚଳାଇବାରେ ଅପରେଟିଂ ଏବଂ ସେଟଅପ ଖର୍ଚ୍ଚ ରହିଛି। ତେଣୁ ସବୁକିଛିକୁ ଦୀର୍ଘ ସମୟ ଧରି ମାଗଣା ରଖିବା ସମ୍ଭବ ନୁହେଁ। ଫିନଟେକ କମ୍ପାନୀଗୁଡ଼ିକର ଏକ ସ୍ଥାୟୀ ଆର୍ଥିକ ମଡେଲ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share In Social Media
Scroll to Top