odisha24 Live

Latest News

Latest News

ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଠପ୍ ହୋଇପାରେ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ : ଆଜି ସାରା ଦେଶରେ ବ୍ୟାଙ୍କ ସେବା ଠପ୍ । ୪ ଦଫା ଦାବି ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ୍, ନୂତନ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଭଳି କେତେକ ଦୀର୍ଘଦିନର ଦାବିକୁ ନେଇ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

କେନ୍ଦ୍ର ସରକାର ଓ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଦାବିଗୁଡ଼ିକ ନେଇ ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଧର୍ମଘଟ ଯୋଗୁଁ ବ୍ୟାଙ୍କର ଶାଖା ଓ କାର୍ଯ୍ୟାଳୟରେ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ​​କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘଗୁଡ଼ିକ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Share In Social Media
Scroll to Top