odisha24 Live

Latest News

ଏୟାର ଶୋ’ରେ ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ : ଗ୍ରୀସରେ ଏୟାର ସୋ’ ଚାଲିଥିବା ବେଳେ ଘଟିଲା ବଡ଼ ଅଘଟଣ! ବାୟୁସେନାର ଏକ ଏଫ ୪ ଯୁଦ୍ଧ ବିମାନ ଦେଖାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ରନୱେ ନିକଟସ୍ଥ ଗଛରେ ପିଟି ହୋଇ ନିଆଁର ପିଣ୍ଡୁଳାରେ ପରିଣତ ହୋଇଥିଲା। ଏହି ଘଟଣାରେ ସୌଭାଗ୍ୟବଶତଃ ଦର୍ଶକଙ୍କ ମଧ୍ୟରୁ କେହି ଆହାତ ହୋଇନଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣା ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ତାନାଗ୍ରା ଏୟାର ବେସ୍ ନିକଟରେ ଘଟିଥିଲା। ବିମାନଟି ଉଡ଼ାଣ ଭରିବାର ପ୍ରଥମ ଦୁଇ ମିନିଟ୍ ମଧ୍ୟରେ କ୍ରାସ୍ ହୋଇଥିଲା। ଦୁର୍ଘଟଣା ପରେ ବିମାନବନ୍ଦର ନିକଟସ୍ଥ ଶିଳ୍ପାଞ୍ଚଳରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳକୁ ନିୟନ୍ତ୍ରଣ କରିବା ପାଇଁ ୮୫ ଜଣ ଅଗ୍ନିଶମ କର୍ମଚାରୀ ଏବଂ ୧୧ଟି ହେଲିକପ୍ଟର ନିୟୋଜିତ ହୋଇଥିଲା। ଦୁର୍ଘଟଣା ପରେ ଏୟାର ଶୋ’ର ବାକି ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗ୍ରୀକ୍ ବାୟୁସେନା ପକ୍ଷରୁ ୩ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି ।

Share In Social Media
Scroll to Top