
ଭୁବନେଶ୍ୱର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । କହିଛନ୍ତି, ସରକାର ଅନୁଧ୍ୟାନ କରିବେ । ଏବାବଦରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇଛି । ଯଦି କିଛି ସମସ୍ୟା ହେବ ତାହାକୁ ସମାଧାନ କରାଯିବ ।୨୦୧୮ ମସିହାରେ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଲକ୍ଷର ବୀମା ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ପାଞ୍ଚ ଲକ୍ଷ କରାଯାଇଥିଲା । ବର୍ତ୍ତମାନ ସରକାର ଏହି ଯୋଜନାର ରୂପରେଖ ବଦଳାଇବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଏହାକୁ ନେଇ ସାମ୍ବିଦକ ମହଲରେ ଅସନ୍ତୋଷ ଦେଖାଦେଇଛି ।

