odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ସାହିତ୍ୟ ବହିରେ ତ୍ରୁଟି

ଭୁନନେଶ୍ୱର : ପୁଣି ତେଜିଲା ଭୁଲ ବହି ବିବାଦ । ପ୍ରଥମ ଶ୍ରେଣୀ ବହିରେ ସାଂଘାତିକ ତ୍ରୁଟି । ଅ ଆ ବଦଳରେ ଚ ଠାରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ଚ ପରେ ରହିଛି ଟ, ମ, ଗ ଓ ର । ସେହିପରି ଜାତୀୟ ସଙ୍ଗୀତରେ ଉତ୍କଳର ବନାନ ମଧ୍ୟ ଭୁଲ୍ ଲେଖାଯାଇଛି । ତେବେ ପ୍ରଥମ ଥର ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଅନେକ ବାଦ ବିବାଦ ଦେଖାଯାଇଥିବା ବେଳେ ସଂଶୋଧନ ପରେ ପୁଣି ତ୍ରୁଟି ନୂଆ ବିବାଦ ଯୋଡିଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁନଃ ତ୍ରୁଟିକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂଶୋଧନ କରି ପୁନଃ ବଣ୍ଟନ କରିବାକୁ ଦାବି ଉଠିଛି । ତେବେ ଏହା ପରେ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନେଇ ସ୍ପଷ୍ଟୀକରଣ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ ବୋଲି କୁହାଯାଇଛି । ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ସଂଶୋଧନ ଜାରି ରହିଛି । ଖୁବ ଶୀଘ୍ର ସଂଶୋଧିତ ପାଠ୍ୟ ପୁସ୍ତକ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top