odisha24 Live

Latest News

Latest News

ଇଣ୍ଡକସନରେ ରନ୍ଧିବା ପୂର୍ବରୁ ଏହି କଥା ନିଶ୍ଚୟ ଜାଣନ୍ତୁ

ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି କାହିଁକିନା ଆପଣ ପଙ୍ଖା ଅନ୍‌ କରି ମଧ୍ୟ ଖାଦ୍ୟ ରାନ୍ଧି ପାରିବେ। ଏହା ଅନ୍ୟ ଇଲେକଟ୍ରିକ୍‌ ଜିନିଷ ଭଳି ହୋଇଥାଏ। ଯଦି ଠିକ୍‌ ଭାବେ ହିଁ ହୋଇଥାଏ। ଯଦି ଠିକ୍‌ ଭାବେ ଏହାର ବ୍ୟବହାର ନ କରିବେ ତାହେଲେ ଜଲଦି ଖରାପ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଇଣ୍ଡକସନରେ କୁକିଙ୍ଗ୍‌ କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ।
ବାସନ:- ଇଣ୍ଡକସନ୍‌ ଅନୁସାରେ ବାସନ୍‌ ବାଛିବା ଜରୁରୀ। ମହିଳାମାନେ ଅନେକ ଥର ପୁରୁଣା ରଖିଥିବା ଆଲୁମିନିୟମ୍‌ କିମ୍ବା ଅନ୍ୟ ଏମିତି ଜିନିଷର ବ୍ୟବହାର କରିଦିଅନ୍ତି, କିନ୍ତୁ ଇଣ୍ଡକସନ୍‌ କୁକଟପ୍‌ ପାଇଁ ଏହି ବାସନ ନୁହେଁ। ପ୍ରଥମରେ ଏହି ବାସନରେ କୌଣସି ଫରକ ପଡେନି କିନ୍ତୁ ପରେ ଏହା ବହୁତ ଜଲଦି ଖରାପ ହୋଇଯାଇଥାଏ।
ପ୍ରତିଦିନ କରନ୍ତୁ ସଫା ସୁତୁରା:- ଯଦି ଆପଣ ଇଣ୍ଡକସନ୍‌ ଖରାପ ହେବା ଭୟରେ ସଫା କରୁନାହାଁନ୍ତି ତାହେଲେ ଆପଣ ଭୁଲ କରୁଛନ୍ତି। ଯେଉଁଭଳି ଭାବେ ଗାସ ଚୁଲାକୁ ସଫା କରାଯାଏ ଠିକ ସେହିଭଳି ଇଣ୍ଡକସନକୁ ସଫା ରଖିବା ଜରୁରୀ। ଯଦି ଆପଣ ପ୍ରତିଦିନ ଏହାକୁ କପଡାରେ ସଫା କରୁଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ କୌଣସି କ୍ଲିଞ୍ଜରର ଆବଶ୍ୟକ ପଡିବନାହିଁ। ପ୍ରତିଦି ଏହାକୁ ଓଦା କପୁଡାରେ ସଫା କରନ୍ତୁ।
ବ୍ଲୋଅର କ୍ଲିନିଙ୍ଗ : – ଇଣ୍ଡକସନ୍‌ ପଛରେ ଏକ ବ୍ଲୋଅର ରହିଥାଏ। ଯାହାକୁ ପ୍ରତିଦିନ ସଫା କରିବା ଉଚିତ। ଏଥିପାଇଁ ଆପଣ ପୁରୁଣା ଟୁଥବ୍ରସର ସାହାରା ନେଇପାରିବେ। ଏହାକୁ ଡ୍ରାଏ କ୍ଲିନ୍‌ କରିବା ଉଚିତ। କେବଳ ସୁଖିଲା ବ୍ରସରେ ଏହାକୁ ରଗଡନ୍ତୁ।

Share In Social Media
Scroll to Top