odisha24 Live

Latest News

Latest News

ମହିଳାଙ୍କୁ ମିଳିବ ସୁନା କଏନ୍

ଚେନ୍ନାଇ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମହିଳାଙ୍କୁ ମିଳିବ ସୁନା କଏନ୍। ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ବଜେଟ୍‌ରେ ‘ବ୍ରଦର୍ସ ଗିଫ୍ଟ ସ୍କିମ୍’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମର ଏକ ସୁନା ମୁଦ୍ରା ଏବଂ ରେଶମ ଶାଢ଼ୀ ପ୍ରଦାନ ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭା ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଏହି ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏବେ ୨୦୨୬-୨୭ ବଜେଟ୍‌ରେ ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ଔପଚାରିକ ଘୋଷଣା କରାଯାଇଛି।ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ ବୁଧବାର ବିଧାନସଭାରେ ଟି ଭି କେ ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ।

Share In Social Media
Scroll to Top