odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ପାଠ୍ୟପୁସ୍ତକ ତ୍ରୁଟି: କ୍ରାଇମବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର : ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦ ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁଯାୟୀ, “ବହି ତ୍ରୁଟି ଘଟଣାରେ ୨୦୦ରୁ ୨୫୦ ଜଣ ସମ୍ପୃକ୍ତ ଅଛନ୍ତି । ଏହି ମାମଲାରେ ସମସ୍ତଙ୍କ ଭୂମିକା କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେନେଇ ତରବରିଆ ଭାବେ ଆମେ କୌଣସି ପଦକ୍ଷେପ ନେବାକୁ ଚାହୁଁନାହୁଁ । ଏହି ମାମଲାରେ ଆମେ ଏକ ପ୍ରକ୍ରିୟାରେ ଯାଉଛୁ । ପୋଲିସ ଟିମ୍ ଗଠନ କରଯାଇଛି । ସେମାନେ ଏକ ପ୍ରକ୍ରିୟାରେ ଯାଉଛନ୍ତି । ତଥ୍ୟ ଓ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛନ୍ତି ।”ପୂର୍ବରୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରି ଜେଲ ପଠାଇଛି । ତେବେ ଆଉ କିଛି ଅଧିକାରୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ବଢ଼ିଛି । କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) କାର୍ଯ୍ୟାଳୟକୁ ଯାଇ ମଧ୍ୟ ତନାଘନା ଆରମ୍ଭ କରିଥିଲା । OSEPA ଉପ- ନିର୍ଦ୍ଦେଶିକାଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରିଥିଲା । ଏଥିସହ TE & SCERT ଅଫିସରୁ କ୍ରାଇମବ୍ରାଞ୍ଚ ଟିମ୍ ତ୍ରୁଟିପୂର୍ଣ୍ଣ ୫୫ଟି ପୁସ୍ତକ ଜବତ କରିଥିଲା ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top