odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ସିଏମ୍‌ଓରୁ ଫାଇଲ୍‌ ହଜିଲା

ଭୁବନେଶ୍ୱର : ସିଏମଓରୁ ଫାଇଲ ଗାୟବ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ)ର ବଡ ଦାବି। ଭିଏଚପି କହିଛି ଯେ ସରକାରଙ୍କ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇ ସରକାର ବସି ପଡିଲେ ଚଳିବନି । ସରକାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାକୁ ଫଲୋ କରିବାକୁ ପଡିବ । ଯେପରି ରେଜଲ୍ଟ ଆସିବ, ପ୍ରକୃତରେ ଯିଏ ଦୋଷୀ ଦଣ୍ଡ ପାଇବ । ସମଗ୍ର ସମାଜ ସାମ୍ନାରେ ଦଣ୍ଡ ଦେବାକୁ ଆମର ଦାବି ବୋଲି କହିଛି ଭିଏଚପି । ସୂଚନାଥାଉକି, ଗତକାଲି କ୍ରାମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଖୁବଶୀଘ୍ର ସାମ୍ନାକୁ ଆସିବ, କିଏ ହେବ ସାକ୍ଷୀ ଓ କିଏ ହେବ ଅଭିଯୁକ୍ତ । ଆଗକୁ ଯେଉଁମାନେ ତଦନ୍ତ ଘେରକୁ ଆସିବେ, ସେମାନଙ୍କୁ ସମନ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଭି.କେ. ପାଣ୍ଡିଆନ୍, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା । ଫାଇଲ ଗାୟବ ମାମଲାରେ ଏଇ ୪ ଜଣ ବଡ଼ବାବୁଙ୍କୁ ହାଜର ହେବାକୁ ସମନ କରିଥିଲା କମିସନରେଟ୍ ପୁଲିସ। ତେବେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ସଂପର୍କିତ ନାଇଡ଼ୁ କମିସନ ରିପୋର୍ଟ ହଜିବା ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ, ପୁଣିଥରେ ମୂଳରୁ ଶିରା ଖୋଜୁଛି ଅପରାଧ ଶାଖାର ତଦନ୍ତକାରୀ ଟିମ୍ । ଗୃହ ବିଭାଗ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହି ୩ଟି ଅଫିସ ଭିତରେ ଫାଇଲ୍‌ ହସ୍ତାନ୍ତରର କେଉଁ ବିଧି ବ୍ୟବସ୍ଥା ରହିଛି, ପ୍ରଥମେ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top