odisha24 Live

Latest News

Latest News

ଶ୍ରୀମନ୍ଦିର ଭିତର ଭିଡିଓକୁ ନେଇ ଚର୍ଚ୍ଚା

ପୁରୀ : ପୁଣି ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଜଗନ୍ନାଥ ମନ୍ଦିରକୁ ମୋବାଇଲ ନେଇ କୌଣସି ଭକ୍ତ ଭିଡିଓ କରି ଭାଇରାଲ କରିଛି। ଏହାକୁ ସେ ସୋସିଆଲ ସାଇଡ଼ରେ ପଠାଇଛି। ପାଟ ଅଗଣାରେ ରହି ଭିଡିଓ ଉତ୍ତୋଳନ କରି ଇନ୍ଷ୍ଟଗ୍ରାମରେ ଭାଇରାଲ କରିଛି‌। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୋବାଇଲ ବାରଣ ରହିଥିବା ବେଳେ ଭକ୍ତମାନେ ବାରମ୍ବାର ଏଭଳି ଭିଡିଓ ଉଠାଯାଉଛି। ଏଭଳି ବ୍ୟକ୍ତିଙ୍କ ବିରୋଧ ଶ୍ରୀମନ୍ଦିର ପ୍ରଶାସନ କଣ ଆକ୍ସନ ନେଉଛି। କିନ୍ତୁ ଶ୍ରୀମନ୍ଦିର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ମୋବାଇଲ ନେଉଛନ୍ତି ତାକୁ କିପରି ରୋକାଯାଇ ପାରିବ ତା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଆଇନକୁ ଭାଙ୍ଗି ବିଭିନ୍ନ ସମୟରେ ଭକ୍ତ, ସେବାୟତ, ପୁଲିସ ଶ୍ରୀମନ୍ଦିର ଭିତର ‌ଫଟୋ ଭାଇରାଲ୍‌ କରୁଥିବା ନେଇ ଅଭିଯୋଗ ହୋଇଛି। କେତେବେଳେ ବାଇଶିପାହାଚରେ ପିଣ୍ଡଦାନର ଫଟୋ ତ କେତେବେଳେ ଆନନ୍ଦବଜାର, ମହାଲକ୍ଷ୍ମୀ ମନ୍ଦିର, ଭିତର ବେଢ଼ା ଫଟୋ ଭାଇରାଲ୍‌ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବାରେ କଟକଣା ଜାରି କରିଛି। ଏହାଭିତରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ର ଅନେକ ଅଭିଯୋଗ ବି ଥାନାରେ ପହଞ୍ଚିଛି। ବାରମ୍ବାର ଏଭଳି ଅଶୋଭନୀୟ ଘଟଣା ନେଇ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ମନରେ ଆଘାତ ଦେଉଛି।

Share In Social Media
Scroll to Top