
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଶାସିତ ଅଞ୍ଚଳ। ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ, କୃଷି ଏବଂ ହସ୍ତଶିଳ୍ପ ପାଇଁ ଏହା ବିଶ୍ୱବିଖ୍ୟାତ। ସମ୍ପ୍ରତି ବର୍ଷଗୁଡ଼ିକରେ ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ, ସଡ଼କ ଓ ସୁରଙ୍ଗ ନିର୍ମାଣ, ରେଳ ସଂଯୋଗ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଲଗାତାର ପୁଞ୍ଜି ନିବେଶ ଏବଂ ମେଗା ଭିତ୍ତିଭୂମି ପ୍ରକଳ୍ପ ଯୋଗୁଁ ଜମ୍ମୁ-କାଶ୍ମୀରରେ ଏକ ନୂଆ ଅର୍ଥନୈତିକ ଯୁଗର ଆରମ୍ଭ ହୋଇଛି। ଆଇନଗତ ପ୍ରତିବନ୍ଧକ ହଟିବା ପରେ ଏହି ଅଞ୍ଚଳ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ସହ ଦୃଢ଼ ଭାବେ ଯୋଡ଼ି ହୋଇପାରିଛି। ଅନ୍ୟପକ୍ଷରେ, ପିଓକେର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହି ଅଞ୍ଚଳର ଅର୍ଥନୀତି ମାତ୍ର ୬ ବିଲିୟନ ଡଲାରରେ ସୀମିତ ହୋଇରହିଛି, ଯାହାକି ଜମ୍ମୁ-କାଶ୍ମୀର ତୁଳନାରେ ପ୍ରାୟ ଏକ ପଞ୍ଚମାଂଶ ଅଟେ। ପାକିସ୍ତାନ ପିଓକେକୁ କେବଳ ଏକ ସମ୍ବଳ ଉତ୍ସ ଭାବେ ବ୍ୟବହାର କରୁଛି। ମଙ୍ଗଳା ଏବଂ ନୀଲମ-ଝେଲମ ଭଳି ମେଗା ଡ୍ୟାମ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ମୁଖ୍ୟତଃ ପଞ୍ଜାବର ଶିଳ୍ପାଞ୍ଚଳ ପାଇଁ ବ୍ୟବହୃତ ହେଉଛି।

