odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ବନ୍ୟା ଘେରରେ ଆସାମ

ଆସାମ : ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ସ୍ଥିତି ହୋଇଛି । ଆସାମ ବନ୍ୟାର କରାଳ ରୂପ ଏବେ ବି ଜାରି ରହିଛି । ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫କୁ କୁ ପହଞ୍ଚିଛି । ତେବେ ଗତ କିଛଇ ଦିନ ତୁଳନାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାରରୁ କମି ୩ ଲକ୍ଷ ୩୨ ହଜାରରେ ପହଞ୍ଚିଛି । ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଅନୁସାରେ, ମଙ୍ଗଳବାର ସିବସାଗର ଜିଲ୍ଲାର ନାଜିରା ରେଭେନ୍ୟୁ ସର୍କଲରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ମୋଟ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟାରେ ମୃତ ଏବଂ ନିଖୋଜ ଲୋକଙ୍କ ପରିବାର ପାଇଁ ବଡ ସହାୟତା ଘୋଷଣା କରିଛନ୍ତି । ଏବେ ପରିବାର ପିଛା ମୋଟ ୯ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ପୂର୍ବରୁ ଥିବା ୪ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଦିଆଯିବ । ଏଣିକି କ୍ଷତିପୂରଣ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଆବଶ୍ୟକ ହେବନାହିଁ । ସର୍କଲ ଅଫିସରଙ୍କ ପ୍ରମାଣପତ୍ର ଆଧାରରେ ସହାୟତା ମିଳିପାରିବ । ଚାରୋଟି ଅଧିକ ପ୍ରଭାବିତ ଜିଲ୍ଲା ସିବସାଗର, ଚରାଇଦେଓ, ଯୋରହାଟ ଏବଂ ଗୋଲାଘାଟର ପ୍ରାୟ ୧ ଲକ୍ଷ ପରିବାରକୁ ୧୫ ହଜାର ଟଙ୍କା ଅନ୍ତରୀଣ ସହାୟତା ଦିଆଯିବ । ସେହିପରି ଅରୁଣୋଦୟ ଯୋଜନାର ହିତାଧିକାରୀଙ୍କୁ ଅଗଷ୍ଟ ମାସରେ ୧୨୫୦ ଟଙ୍କା ମିଳିବ । ସେନା, ବାୟୁସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top