odisha24 Live

Latest News

Latest News

ଭିଜୁଛି ଟ୍ୱିନ୍ ସିଟି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରକ୍ରିୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଭୀର ଅବପାତ ଦୁର୍ବଳ ହୋଇ ଏବେ ‘ଅବପାତ’ରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ଏହା ସମ୍ବଲପୁର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ଦିନ ଧରି ବର୍ଷାରେ ଟୁଇନ ସିଟି ଉବୁଟୁବୁ । ବର୍ଷା ଯୋଗୁଁ ଲୋକେ ବହୁତ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ‘ରେଡ୍‌ ଆଲର୍ଟ’ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Share In Social Media
Scroll to Top